ଓଡିଶା

odisha

ETV Bharat / state

ଥମୁନି ହାତୀ ଆତଙ୍କ, ଗୋଟିଏ ଦିନରେ 2 ଜୀବନ ନେଲା ଦନ୍ତା - ପୁଣି ମୁଣ୍ଡ ନେଲା ଦନ୍ତା

ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଗୋଟିଏ ଦିନରେ ଦୁଇଜଣଙ୍କ ଜୀବନ ନେଲା ହାତୀ । ଅଧିକ ପଢନ୍ତୁ

elephant fear in bantal forest
elephant fear in bantal forest

By

Published : Jun 21, 2023, 10:06 AM IST

Updated : Jun 21, 2023, 10:16 AM IST

ଥମୁନି ହାତୀ ଆତଙ୍କ

ଅନୁଗୋଳ:ଜିଲ୍ଲାରେ ଥମୁନି ହାତୀ ଉପଦ୍ରବ । ପୁଣି ମୁଣ୍ଡ ନେଲା ଦନ୍ତା । ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଗୋଟିଏ ଦିନରେ ଦୁଇଜଣଙ୍କ ଜୀବନ ନେଇଛି ହାତୀ । ତେବେ ମୃତ ବ୍ୟକ୍ତିମାନେ ହେଉଛନ୍ତି ଅରାଡିହ ଗ୍ରାମର ଅରୁଣ ପ୍ରଧାନ ଓ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ଗଡ଼ତରାସ ପଞ୍ଚାୟତ ଅରାଡିହ ଗ୍ରାମର ଅରୁଣ ନିଜ ବଗିଚାରେ ବାଉଁଶ ବାଡ଼ ଦେଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଏହି ଘଟଣାର କିଛି ସମୟ ପରେ ପାଖ ଗାଁ ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ ନାମକ ଜଣେ ବୃଦ୍ଧଙ୍କୁ କଚାଡି ମାରିଥିଲା ହାତୀ ।

ଅରୁଣ ନିଜ ବଗିଚାରେ ବାଉଁଶ ବାଡ଼ ଦେବା ସମୟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ଏନେଇ ଉତ୍ତେଜନା ଦେଖା ଦେଇଥିଲା । ସେଠାରେ ବନ ବିଭାଗ ପୋଲିସ ସହାୟତାରେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଥିଲେ । ସେହିପରି ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ ଗାଁ ନିକଟରେ ଥିବା ବାଉଁଶ ବୁଦାରୁ ବାଉଁଶ ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଦନ୍ତାହାତୀ ପାଦରେ ଦଳି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା । ତେବେ ଗୋଟିଏ ଦିନରେ ହାତୀ ଆକ୍ରମଣରେ ଏଭଳି ଦୁଇ ଦୁଇଟି ନିରୀହ ଜୀବନ ଝଡି ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢନ୍ତୁ - ବନ୍ତଳାରେ କାଳ ସାଜିଛି ଆମ୍ବ ଗୋଟାଇବା ! ପୁଣି ମହିଳାଙ୍କୁ ଦଳିଲା ଦନ୍ତା

ଏହା ମଧ୍ୟ ପଢନ୍ତୁ - ବନ୍ତଳା ବନାଞ୍ଚଳରେ ଚାଲିଛି ହାତୀ ମଣିଷ ଲଢେଇ, ଦୁଇ ସପ୍ତାହରେ ଗଲାଣୀ 4 ଜୀବନ

ପ୍ରକାଶ ଥାଉକି, ଗତ ମଇ ମାସ ୭ ତାରିଖରେ ଜିଲ୍ଲାର ଅନୁଗୋଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କୁ କଚାଡି ମାରି ଦେଇଥିଲା ହାତୀ । ବାରମ୍ବାର ସେହି ଗୋଟିଏ ରେଞ୍ଜରେ ଏଭଳି ଘଟଣା ଘଟୁଥିବାରୁ ଅସନ୍ତୋଷ ବୃଦ୍ଧି ପାଇବା ସହ ବନ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ମଧ୍ୟ ଉଠୁଛି ।

ଇଟିଭି ଭାରତ, ଅନୁଗୋଳ

Last Updated : Jun 21, 2023, 10:16 AM IST

ABOUT THE AUTHOR

...view details