ଓଡିଶା

odisha

ETV Bharat / state

ଅନୁଗୋଳରେ ଦନ୍ତା ହାତୀର ମୃତ୍ୟୁ - ଅନୁଗୋଳରେ ମାଈ ହାତୀର ମୃତ୍ୟୁ

ଦନ୍ତା ହାତୀର ମୃତଦେହ ଉଦ୍ଧାର । ଅନୁଗୋଳ ବନାଞ୍ଚଳ ମାଧପୁର ଡଙ୍ଗାପାଲର ଏକ ବଗିଚାରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢ଼ନ୍ତୁ

elephant death in angul
ଅନୁଗୋଳରେ ଦନ୍ତା ହାତୀର ମୃତ୍ୟୁ

By

Published : Mar 8, 2022, 3:50 PM IST

Updated : Mar 8, 2022, 8:27 PM IST

ଅନୁଗୋଳ: ଦନ୍ତା ହାତୀର ମୃତଦେହ ଉଦ୍ଧାର । ଅନୁଗୋଳ ବନାଞ୍ଚଳ ମାଧପୁର ଡଙ୍ଗାପାଲର ଏକ ବଗିଚାରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର କରିଛି ବନ ବିଭାଗ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ଅନୁଗୋଳରେ ଦନ୍ତା ହାତୀର ମୃତ୍ୟୁ

ମୃତ ହାତୀର ଆନୁମାନିକ ବୟସ ପ୍ରାୟ ୧୫ରୁ ୨୦ ବର୍ଷ ମଧ୍ୟରେ ହେବ । ବଗିଚାରେ ପାଣି ମଡ଼ାଇବା ପାଇଁ ବିଦ୍ୟୁତ ସଂଯୋଗ କରା ଯାଇଥିବା ତାର କିମ୍ବା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ଘଟଣାସ୍ଥଳରୁ ସମସ୍ତ ତାର କେହି ହଟାଇଦେଇଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ସହକାରୀ ବନ ସଂରକ୍ଷକ, ରେଞ୍ଜ ଅଫିସର ଏବଂ ପଶୁ ଡାକ୍ତର ପହଞ୍ଚି ହାତୀ ମୃତ୍ୟୁର କାରଣ ଖୋଜୁଛନ୍ତି। ଏବଂ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣା ପଡିବ । ତେବେ ସେ ଅଞ୍ଚଳରେ ଅଧିକାଂଶ ସମୟରେ ହାତୀପଲ ଉପଦ୍ରବ କରୁଛନ୍ତି। ଯାହା ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଥାଏ। ତେଣୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଲାଗିରହିଥାଏ। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା ଏବଂ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଯାହାର ପରିଣାମ ସ୍ବରୁପ ଏଭଳି ହାତୀ ମୃତ୍ୟୁ ହେଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Mar 8, 2022, 8:27 PM IST

ABOUT THE AUTHOR

...view details