ଅନୁଗୋଳ: ଢେଙ୍କାନାଳ ଜିଲ୍ଲାରେ ପୁଣି ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି । କାଉଁରିଆପଡା ରେଳ ଧାରଣା ନିକଟରୁ ମିଳିଛି ମାଈ ହାତୀର ମୃତଦେହ । ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ରେଳଧାରଣା ନିକଟରୁ ମାଈ ହାତୀର ମୃତଦେହ ଉଦ୍ଧାର - dhenkanal
ବଢୁଛି ହାତୀଙ୍କ ମୃତ୍ୟୁ ଘଟଣା । ଢେଙ୍କାନାଳରେ ପୁଣି ରେଳଧାରଣାରୁ ଉଦ୍ଧାର ହେଲା ମାଈ ହାତୀର ମୃତଦେହ । ରେଳ ଧକ୍କାରେ ମୃତ୍ୟୁ ହୋଇଥିବା ସନ୍ଦେହ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ
ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଅନୁଗୋଳ
ଜିଲ୍ଲାର ସଦର ରେଞ୍ଜ କାଉଁରିଆପାଳ ଗାଁ ନିକଟରେ ଘଟିଛି ଏହି ଘଟଣା । ହାତୀଟି ରେଳ ଧାରଣା ପାଖରେ ପଡିଥିବାବେଳେ ତାର ମୃତ୍ୟୁ ଟ୍ରେନ ଧକ୍କା କିମ୍ବା ବିଦ୍ୟୁତ ଆଘାତ ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ