ଓଡିଶା

odisha

ETV Bharat / state

ହାତୀ ଘଉଡେଇବା ବେଳେ ଯୁବକଙ୍କୁ କଚାଡି ଦେଲା ଦନ୍ତା

ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗାଁରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ।

By

Published : Sep 29, 2019, 11:05 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ବ୍ରାହ୍ମଣବିଲ ଗାଁରେ ହାତୀ ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ଆହତ ଯୁବକ ଜଣକ ହେଉଛନ୍ତି ବ୍ରାହ୍ମଣବିଲ ଗାଁ ବେହେରା ସାହିର ପାଣ୍ଡବ ସାହୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନାନୁଯାୟୀ, ଗାଁ ପାଖ ଆମ୍ବତୋଟାକୁ ଏକ ଦନ୍ତା ହାତୀ ଚାଲି ଆସିଥିଲା। ହାତୀକୁ ଘଉଡାଇବା ପାଇଁ ଗାଁର ବହୁ ଲୋକ ରୁଣ୍ଢ ହୋଇ ହାତୀକୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ବନବିଭାଗର ହାତୀ ସ୍କ୍ବାର୍ଡ ପହଁଚି ଗ୍ରାମବାସୀକୁ ବାରଣ କରିଥିଲେ ମଧ୍ୟ କେହି ନଶୁଣି ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ ।

ଫଳରେ ହାତୀକୁ ଘଉଡାଇଲା ବେଳେ ପାଣ୍ଡବ ହାତୀ ହାବୁଡରେ ପଡିଯାଇଥିଲେ । ହାତୀ ଶୁଣ୍ଢରେ ତାଙ୍କୁ ଟେକି ଫୋପାଡି ଦେଇଥିଲା । ଯାହା ଫଳରେ ପାଣ୍ଡବଙ୍କର ଛାତି ଓ ମୁହଁରେ ଗଭୀର ଆଘାତ ଲାଗିଛି । ତାଙ୍କୁ ପ୍ରଥମେ କୋଶଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଓ ପରେ ଗୁରୁତର ଥିବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି । ହାତୀଟି ଗୋଠ ଛଡା ହୋଇ ଏକୁଟିଆ ବୁଲିବା ସହିତ ଗାଁ ମୁହାଁ ହେଉଛି । ଏନେଇ ବନବିଭାଗ ହାତୀ ଉପରେ ନଜର ରଖିଛି ବନବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details