ଓଡିଶା

odisha

ETV Bharat / state

ହନ୍ତସନ୍ତ କରୁଛନ୍ତି ବନ୍ୟଜନ୍ତୁ, ଚାଷୀଙ୍କ ଭରସା ପାଲଟିଛି ପାଳଭୂତ

ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ଏବେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଫସଲ ଖାଇ ନଷ୍ଟ କରୁଥିବାରୁ ଚାଷୀ ଆଉ ଚାଷ କରୁ ନାହାନ୍ତି । ଫସଲ କ୍ଷେତରେ ନଡାରେ ତିଆରି ମଣିଷ ଆକୃତିର ପାଳଭୂତ ପୋତୁଛନ୍ତି । ସେମାନଙ୍କ ବିଶ୍ବାସ ହରିଣ, ମାଙ୍କଡ଼ ଓ ହାତୀ ପରି ବନ୍ୟଜନ୍ତୁ ଏହା ଦେଖି ଆଉ ଫସଲ କ୍ଷେତକୁ ଆସିବେ ନାହିଁ । ଅଧିକ ପଢନ୍ତୁ...

effigy ghost protect  farmers corp  from wild animal in anugul
ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବରୁ ଫସଲକୁ ସୁରକ୍ଷା ଦେଉଛି ପାଳଭୂତ

By

Published : Feb 15, 2021, 4:04 PM IST

ଅନୁଗୋଳ: ଜିଲ୍ଲାର ଜଙ୍ଗଲ ଅଧ୍ୟୁଷିତ ଗାଁ ଗୁଡିକରେ ଏବେ ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଫସଲ ଖାଇ ନଷ୍ଟ କରୁଥିବାରୁ ଚାଷୀ ଆଉ ଚାଷ କରୁ ନାହାନ୍ତି । ଫଳରେ ଏକର ଏକର ଜମି ପଡିଆ ପଡୁଛି । ଯେଉଁ ହାତ ଗଣତି କିଛି ଚାଷି ଚାଷ କରୁଛନ୍ତି ସେମାନେ ସବୁ ଆଡୁ ବିଫଳ ହେବା ପରେ ବାଧ୍ୟ ହୋଇ ନିଜ ଜମିରେ ଫସଲକୁ ସୁରକ୍ଷା ଦେବାକୁ ଅଭିନବ ଉପାୟ ଅବଲମ୍ବନ କରୁଛନ୍ତି । ଫସଲ କ୍ଷେତରେ ନଡାରେ ତିଆରି ମଣିଷ ଆକୃତିର ମୂର୍ତ୍ତି ପୋତୁଛନ୍ତି । ସେମାନଙ୍କ ବିଶ୍ବାସ ହରିଣ, ମାଙ୍କଡ଼ ଓ ହାତୀ ପରି ବନ୍ୟଜନ୍ତୁ ଏହା ଦେଖି ଆଉ ଫସଲ କ୍ଷେତକୁ ଆସିବେ ନାହିଁ ।

ବନ୍ୟଜନ୍ତୁଙ୍କ ପ୍ରାଦୁର୍ଭାବରୁ ଫସଲକୁ ସୁରକ୍ଷା ଦେଉଛି ପାଳଭୂତ

ଯୁଆଡେ ଚାହିଁଲେ ପଡିଆ ଜମି । ଯେଉଁ କିଛି ଜମିରେ ବିଭିନ୍ନ ପ୍ରକାର ଫସଲ ହୋଇଛି ସବୁଠି ଏକାଧିକ ନଡ଼ାରେ ତିଆରି ମୂର୍ତ୍ତି । ଏହାର କାରଣ ଯାହା ଫସଲ କଲେ ହାତୀ, ହରିଣ, ବରହା ଓ ମାଙ୍କଡ଼ ଖାଇ ନଷ୍ଟ କରି ଦେଉଛନ୍ତି । ସାର, ଔଷଧ ଓ ବିହନ ପାଇଁ ବହୁ ଖର୍ଚ୍ଚ କରି ଫସଲ କରୁଛନ୍ତି ଚାଷି । ଜମି ହଳ କରିବା ଠାରୁ ପାଣି ମଡ଼ାଇବା ଏବଂ ଚାରା ରୋପଣ କରିବାରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । କିନ୍ତୁ ଅମଳ ବେଳକୁ ଦାଉ ସାଧୁଛନ୍ତି ବନ୍ୟଜନ୍ତୁ । ଏହାର ନିରାକରଣ ପାଇଁ ବନ ବିଭାଗ ହାତ ଟେକି ଦେଇଛି । ଯାହା କ୍ଷତିପୂରଣ ମିଳୁଛି ତାହା ଅତି ନଗଣ୍ୟ । ତେଣୁ ନିଜ ଫସଲକୁ ନିଜେ ସୁରକ୍ଷିତ ରଖିବାକୁ ଏଭଳି ଅଭିନବ ଉପାୟ ଅପଣେଇଛନ୍ତି । ଏହା ଫଳରେ କିଛି ପରିମାଣର ଫସଲ ପାଇ ପାରୁଥିବା କହୁଛନ୍ତି ଚାଷି । ଜଙ୍ଗଲ ଅଞ୍ଚଳରେ ଥିବା ଶତାଧିକ ଗାଁରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ ।

ଜିଲ୍ଲାର ଅନୁଗୋଳ ବ୍ଲକର ମଣିକଯୋଡି ପଞ୍ଚାୟତର କୁଲୁସର ଗାଁ ଯେଉଁଠି ପ୍ରାୟ ୮୦ ପରିବାର ବସବାସ କରନ୍ତି । ଗାଁଟି ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ଭିତରେ ଅବସ୍ଥିତ । ଲୋକଙ୍କର ମୁଖ୍ୟ ଜୀବିକା ଚାଷ । ଧାନ ବ୍ୟତୀତ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ କରନ୍ତି । କିନ୍ତୁ ବନ୍ୟଜନ୍ତୁ ଏବେ ସେମାନଙ୍କର ପ୍ରଧାନ ଶତ୍ରୁ ପାଲଟିଛନ୍ତି । ତେଣୁ ଆଉ ଚାଷ ନକରି ବାଧ୍ୟ ହୋଇ ପେଟ ପାଇଁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଯେଉଁ ମାନଙ୍କର କିଛି ଉପାୟ ନାହିଁ ସେମାନେ ଚାଷ କରୁଛନ୍ତି । ଅଧାରୁ ଅଧିକ ଫସଲ ବନ୍ୟଜନ୍ତୁ ପେଟକୁ ଯାଉଛି। ଜଙ୍ଗଲ ଭିତରେ ବନ୍ୟଜନ୍ତୁ ନିୟନ୍ତ୍ରଣ କରିବାକୁ ବନ ବିଭାଗ ସମର୍ଥ ହେଉ ନାହିଁ । ତେଣୁ ଲୋକେ ଏବେ ପାଳ ଭୁତକୁ ଆପଣେଇଛନ୍ତି । ହେଲେ ପାଳ ଭୂତ ହରିଣ ଓ ମାଙ୍କଡ଼ ପରି ପ୍ରାଣୀଙ୍କ ଠାରୁ ଫସଲ ସୁରକ୍ଷା କରି ପାରୁଛି । କିନ୍ତୁ ହାତୀପଲ ଏହାକୁ ଆଦୌ ଭୟ କରୁ ନାହାନ୍ତି ।

ତେବେ ଏଭଳି ସ୍ଥିତିରେ କେବଳ କୁଲୁସର କାହିଁକି ପଞ୍ଚାୟତର ସବୁ ଗାଁର ଲୋକେ ବଞ୍ଚି ରହିଛନ୍ତି । ବନ୍ୟଜନ୍ତୁଙ୍କ ଦାଉରୁ ନିଜର ଫସଲ ବଞ୍ଚାଇବା ପାଇଁ ଲୋକଙ୍କ ଏହା ପ୍ରୟାସ ନିଶ୍ଚିତ ସ୍ବାଗତ ଯୋଗ୍ୟ । ଯାହା ବିଭଗ କରି ପାରି ନାହିଁ ତାହା କେତେକାଂଶରେ ଲୋକେ କରିବାରେ ସଫଳ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ

ABOUT THE AUTHOR

...view details