ଅନୁଗୋଳ: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଲଘୁଚାପଜନିତ ଲଗାଣ ବର୍ଷା ପରିବା ଚାଷୀଙ୍କ ପାଇଁ କାଳ ସାଜିଛି । ଲଗାତାର ଦୁଇ ଦୁଇଟି ଲଘୁଚାପ ପରେ ଅନୁଗୋଳ ଜିଲ୍ଲା ପରିବା ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ଘଟିଛି ।
ବର୍ଷା ଲାଗି ରହିବାରୁ ଚାଷ ଜମିରେ ପାଣି ଜମି ରହିଛି । ଫଳରେ ଏକର ଏକର ଜମିରେ ହୋଇଥିବା ବାଇଗଣ ଚାଷ ପଚି ନଷ୍ଟ ହୋଇଯାଇଛି । ଫଳ ତ ନଷ୍ଟ ହେଉଛି ତା ସହ ଗଛ ମୂଳ ମଧ୍ୟ ପାଣିରେ ରହି ପଚିଯାଇଛି । ଚାଷ ଜମିରେ ଏଭଳି ଦୃଶ୍ୟ ଦେଖି ଚିନ୍ତାରେ ଜିଲ୍ଲାର ଅଧିକାଂଶ ଚାଷୀ ।