ଅନୁଗୋଳ:ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ହୋଲି ପର୍ବକୁ ଫିକା ପକାଇ ଦେଇଛି । ସର୍ବସାଧାରଣ ସ୍ଥାନରେ ସମସ୍ତେ ମିଶି ହୋଲି ନ ଖେଳିବାକୁ ସରକାରୀ ଭାବେ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେଣୁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅନୁଗୋଳରେ ରଙ୍ଗ ଦୋକାନ ସେହି ସଂଖ୍ୟାରେ ଖୋଲାଯାଇ ନାହିଁ ।
ଅନୁଗୋଳରେ କୋରୋନା କଟକଣା ପାଇଁ ଫିକା ପଡିଲା ରଙ୍ଗ - ଅନୁଗୋଳ ହୋଲିର କୋରନା କଟକଣା
ହୋଲିର ରଙ୍ଗରେ କୋରୋନାର କଟକଣା । ଉତ୍ସାହ ଥିଲେ ବି ମନରେ ରହୁଛି କୋରୋନାର ଭୟ । ଯାହାପାଇଁ ରଙ୍ଗ ବ୍ୟବସାୟ କମିଥିବାବେଳେ ଲୋକେ ମଧ୍ୟ କଟକଣାକୁ ମାନିଛନ୍ତି । ଅଧିକ ପଢନ୍ତୁ...
ହାତ ଗଣତି କିଛି ଦୋକାନ ଖୋଲିଛି । ରଙ୍ଗ କିଣିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିନାହିଁ । କେବଳ ଘରେ ଛୋଟ ପିଲାଙ୍କ ପାଇଁ ଲୋକେ ଅଳ୍ପ କିଛି ରଙ୍ଗ କିଣି ନେଉଛନ୍ତି । ଗତ ବର୍ଷ ହୋଲି ଖେଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା । କିନ୍ତୁ, ଚଳିତ ବର୍ଷ କରୋନା ପରିସ୍ଥିତି ସ୍ୱାଭାବିକ ହେଉଥିବା ଦେଖି ଲୋକଙ୍କ ମନରେ ଅନେକ ଆଶା ଥିଲା ଏଥର ଧୁମଧାମରେ ହୋଲି ଖେଳିବାକୁ । କିନ୍ତୁ, କରୋନା ୨ୟ ଲହରୀ ସବୁକିଛି ଓଲଟ ପାଲଟ କରି ଦେଲା । ଯେଉଁମାନେ ରଙ୍ଗ ବିକ୍ରି କରି ଦୁଇ ପଇସା ପାଇବାର ଆଶା ରଖିଥିଲେ ସେମାନଙ୍କ ଜୀବୀକା ବୁଡିଗଲା । ସାଧାରଣ ଲୋକଙ୍କ ମନରେ ମଧ୍ୟ ହୋଲି ନଖେଳିବାର ଅସନ୍ତୋଷ ପ୍ରକାଶ ପାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ