ଅନୁଗୋଳ: ଜିଲ୍ଲାରେ କୋଭିଡ ଟିକାର ପରୀକ୍ଷାମୂଳକ ଅଭ୍ୟାସ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଟିକାର ଡ୍ରାଏ ରନ୍ କରାଯାଇଛି । ଯେଉଁମାନେ କୋରୋନା ଟିକା ନେବା ପାଇଁ ନାମ ପଞ୍ଜୀକରଣ କରିବେ ପ୍ରଥମେ ସେମାନଙ୍କ ମୋବାଇଲକୁ ମେସେଜ୍ ଆସିବ । ଏଥିରେ ଟିକା ନେବା ବିଷୟରେ ସବିଶେଷ ତଥ୍ୟ ରହିବ । ସେମାନେ ମେସେଜ୍ ଦେଖାଇ ଟିକା ଗ୍ରହଣ କରିପାରିବେ ।
ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ ଟିକାର ଡ୍ରାଏ୍ ରନ୍ - କୋଭିଡ ଟିକା
ଜିଲ୍ଲାରେ କୋଭିଡ ଟିକାର ପରୀକ୍ଷାମୂଳକ ଅଭ୍ୟାସ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ ଟିକାର ଡ୍ରାଏ ରନ୍ କରାଯାଇଛି । ଅଧିକ ପଢନ୍ତୁ...
![ଅନୁଗୋଳ ଜିଲ୍ଲା ଚିକିତ୍ସାଳୟରେ ଆରମ୍ଭ ହେଲା କୋଭିଡ ଟିକାର ଡ୍ରାଏ୍ ରନ୍ dry run of the Covid vaccine](https://etvbharatimages.akamaized.net/etvbharat/prod-images/768-512-10090581-1040-10090581-1609571298462.jpg)
କୋଭିଡ ଟିକାର ଡ୍ରାଏ୍ ରନ୍
କୋଭିଡ ଟିକାର ଡ୍ରାଏ୍ ରନ୍
ଏଥିପାଇଁ ସ୍ବତନ୍ତ୍ର ତାଲିମ ପାଇଥିବା ସ୍ବାସ୍ଥ୍ୟ ବିଭଗର କର୍ମଚାରୀ ନିଯୁକ୍ତ ରହିବେ । ସେମାନେ ଟୀକାକରଣ କରେ ଗ୍ରହଣ କରିବାକୁ ଥିବା ସତର୍କତା ସମ୍ପର୍କରେ ବୁଝାଇବେ । ଏହାସହ ଟିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ତାଙ୍କୁ 30 ମିନିଟ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବ। ଏଥିପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇ 25 ଜଣଙ୍କ ସହ ଅଭ୍ୟାସ କରାଯାଇଛି। ଜିଲାରେ ସ୍ବାସ୍ଥ୍ୟ ବିଭାଗର 7 ହଜାରରୁ ଅଧିକ କର୍ମଚାରୀ ପ୍ରଥମେ ଏହି ଟିକା ନେବେ ବୋଲି ଯୋଜନା ରହିଛି।
ଅନୁଗୋଳର ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ