ଅନୁଗୋଳ: ଠାବ ହେବାରେ ଲାଗିଛି ଗୋଟିଏ ପରେ ଗୋଟିଏ ନକଲି ଖାଦ୍ୟ ସାମଗ୍ରୀ କାରଖାନା । ପ୍ରଥମେ ନକଲି ତେଲ ଫିଲିଂ କାରଖାନା ଜବତ ହେବାପରେ ନକଲି ମସଲା ଆଉ ଏବେ ପୁଣି ନକଲି ସୁଖିଲା ଖାଦ୍ୟ ପୁଡ଼ିଆ ତିଆରି ଏକ କାରଖାନାକୁ ଠାବ କରିଛି ପୋଲିସ ସ୍ପେଶାଲ ସ୍ବାର୍ଡ ।
ଅନୁଗୋଳ ସହର ନିକଟବର୍ତ୍ତୀ ଭଣ୍ଡୁବର ନିକଟରେ ଏକ ନକଲି ଚଟପଟି ଶୁଖିଲା ଖାଦ୍ୟ କାରଖାନା ଉପରେ ଚଢ଼ାଉ କରିଥିଲା ଅନୁଗୋଳ ସ୍ପେଶାଲ ସ୍କ୍ବାର୍ଡ ଓ ସଦର ଥାନା ପୋଲିସର ମିଳିତ ଟିମ । ଚଢାଉବେଳେ ବିପୁଳ ପରିମାଣର ନକଲି ଚିପସ ଆଉ କୁରକୁରେ ସମେତ ତିଆରି ପାଇଁ ରଖାଯାଇଥିବା ମସଲା ଓ ବିଭିନ୍ନ କମ୍ପାନୀର ନକଲି ପ୍ୟାକେଟ ଜବତ କରାଯାଇଛି । ଏହାସହ ଏହି କାରଖାନାର ମାଲିକ ସନ୍ଦୀପ ଗୋୟଲକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।