ଓଡିଶା

odisha

ETV Bharat / state

ସନ୍ତାନ ଓ ସମ୍ପତ୍ତି ଲୋଭ: ବୋହୂକୁ ଶାଶୁଘରର ନିର୍ଯାତନା, ପୋଲିସ ଚୁପ୍‌

ବାହାଘରର 7 ବର୍ଷ ପରେ ସନ୍ତାନ ନାହିଁ । ଏଥିଯୋଗୁଁ ପର ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ଖୋଦ ସ୍ବାମୀ ବିଶ୍ବମ୍ବର ବେହେରା ଓ ଶାଶୁଘର । ରାଜି ନ ହେବାକୁ ଦେଉଛନ୍ତି ଅକଥନୀୟ ନିର୍ଯାତନା ।

By

Published : May 21, 2019, 8:40 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ


ଅନୁଗୋଳ: ବଂଶବୃଦ୍ଧି ଲାଲସା ଓ ସମ୍ପତ୍ତି ଲୋଭରେ ବୋହୂକୁ ଶାଶୁଘର ଲୋକଙ୍କ ଅକଥନୀୟ ଅତ୍ୟାଚାର । ଏନେଇ ଥାନାରେ ଅଭିଯୋଗ କରିବା ପରେ ବି ଶୁଣୁନି ପୋଲିସ । ଶେଷରେ ଅସହାୟ ହୋଇ ବୋହୂ ଓ ତାଙ୍କ ବାପଘର ଲୋକେ ଜିଲ୍ଲା ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏଭଳି ଘଟଣା ତାଳଚେର ଥାନା ଗୁରୁଜାଙ୍ଗୁଲି ଗାଁର ଲକ୍ଷ୍ମୀପ୍ରିୟା ବେହେରାଙ୍କ କ୍ଷେତ୍ରରେ ଘଟିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ବାହାଘରର 7 ବର୍ଷ ପରେ ସନ୍ତାନ ନାହିଁ । ଏଥିଯୋଗୁଁ ପର ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି ଖୋଦ ସ୍ବାମୀ ବିଶ୍ବମ୍ବର ବେହେରା ଓ ଶାଶୁଘର । ଏଥିରେ ଲକ୍ଷ୍ମୀପ୍ରିୟା ରାଜି ନହେବାରୁ ସେମାନେ କିରୋସିନୀ ପକାଇ ଜାଳିବା ଓ ପନିକିରେ ହାଣି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

ପ୍ରତିଦିନ ମାଡ଼ ମାରି ଘରୁ ବାହାରକୁ ବାହାର କରି ଦେଉଥିଲେ । ଏହା ଜାଣିପାରି ଲକ୍ଷ୍ମୀପ୍ରିୟାଙ୍କୁ ତାଙ୍କ ପରିବାର ଲୋକେ ଆଣି ଘରେ ରଖିଛନ୍ତି । ଏ ନେଇ ସେ ତାଳଚେର ଥାନାରେ ଅଭିଯୋଗ କରିଥିଲେ । ହେଲେ ନ୍ୟାୟ ଦେବାକୁ ପୋଲିସ ତାଙ୍କୁ କୌଣସି ସହଯୋଗ କରୁନାହିଁ ବୋଲି କହିଛନ୍ତି ଲକ୍ଷ୍ମୀପ୍ରିୟା । ଅଭିଯୁକ୍ତଙ୍କୁ ଥାନାକୁ ଡାକି ପରଚାଉଚରା ମଧ୍ୟ କରୁନାହିଁ।


ଏପଟେ ଶାଶୁଘର ଲୋକେ ଅଜଣା ଫୋନରୁ ଧମକ ଦେଇଛନ୍ତି । ଏଥିରେ ହତାଶ ହୋଇ ନ୍ୟାୟ ପାଇବା ଆଶାରେ ଲକ୍ଷ୍ମୀପ୍ରିୟା ଓ ତାଙ୍କ ପରିବାର ଏସପିଙ୍କ ସହାୟତା ଲୋଡିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details