ଅନୁଗୋଳ: ବନ୍ଦ ହେବାର ନାଁ ଧରୁନି ଯୌତୁକ ଯାତନା। ପୁଣି ଯୌତୁକ ଜୁଇରେ ଜଳିଯାଇଛି ଆଉ ଏକ ନବବଧୂ। ଏ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ନାଲକୋ ଥାନା ଅଧିନସ୍ଥ ବଳରାମପ୍ରସାଦ ଗାଁରେ । ତେବେ ଯୌତୁକ ପାଇଁ ବୋହୂକୁ ତାର ଶାଶୂ ଘର ଲୋକ ମାରି ଦେଇଥିବା ଝିଅର ବାପଘର ଲୋକେ ଅଭିଯୋଗ କରିଛନ୍ତି ।
ମୃତକ ଜଣକ ହେଲେ ସୌମ୍ୟା ସ୍ଵତା ବାରିକ। ଘର ଅନୁଗୋଳ ଜିଲ୍ଲା ନିଶା ଥାନା କଙ୍କରେଇ ଗାଁରେ। ୨୦୧୬ ମସିହାରେ ସୌମ୍ୟା ବଳରାମପ୍ରସାଦ ଗାଁର ଗୋକୁଲାନନ୍ଦ ବାରିକଙ୍କ ପୁଅ ସତ୍ୟାନନ୍ଦ ବାରିକଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୂ ଘର ଲୋକେ ସୌମ୍ୟାଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପଘର ଲୋକେ।