ଅନୁଗୋଳ: ଜିଲ୍ଲାରେ ହୋଇଥିବା ଖଣିଜ ପାଣ୍ଠି ଅର୍ଥରେ ହେଉଥିବା କାମରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ଜିଲ୍ଲା ବିଜେପି ।
ଖଣିଜ ପାଣ୍ଠି ଅନୁଦାନରେ ହୋଇଥିବା କାମରେ ବ୍ୟାପକ ଦୁର୍ନୀତି ! - ଖଣିଜ ପାଣ୍ଠି ଅନୁଦାନରେ ହୋଇଥିବା କାମରେ ବ୍ୟାପକ ଦୁର୍ନୀତି !
ଅନୁଗୋଳରେ ଜିଲ୍ଲାରେ ଖଣିଜ ପାଣ୍ଠି ଅର୍ଥରେ ହେଉଥିବା କାମରେ ଦୁର୍ନୀତି ଅଭିଯୋଗ ଆଣିଛି ବିଜେପି । ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ଜିଲ୍ଲା ବିଜେପି । ଅଧିକ ପଢନ୍ତୁ...
ଜିଲ୍ଲାରେ 30 ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ନିର୍ମାଣ ହୋଇଥିବା ରାସ୍ତା ନଷ୍ଟ ହୋଇ ଗଲାଣି । ଯାହାର ତଦନ୍ତ ଦାବି କରିଛି ଭାରତୀୟ ଜନତା ପାର୍ଟି । ଅଭିଯୋଗ ନେଇ ଅନୁଗୋଳ ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଜିଲ୍ଲା ବିଜେପିର ପୂର୍ବତନ ସଭାପତି ଅଶୋକ ମହାନ୍ତିଙ୍କ ନେତୃତ୍ବ ବହୁ ସଂଖ୍ୟାରେ କର୍ମୀ ଓ ନେତା ଜିଲ୍ଲାର କଣିହାଁ ବ୍ଲକ ଗଣ୍ଡାମାଳ ଗାଁରେ ହୋଇଥିବା ରାସ୍ତା ଓ ପାଣି ମାହାରା ନିର୍ମାଣରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଯଦି ଘଟଣାର ଉଚିତ ତଦନ୍ତ କରାନଯାଏ ତେବେ ବିଜେପି ଆନ୍ଦୋଳନକୁ ଓହ୍ଲାଇ ବୋଲି ଧମକ ଦେଇଛି। ଏନେଇ ପୂର୍ବରୁ ମଧ୍ୟ କଣିହାଁ ବ୍ଲକ ସମ୍ମୁଖରେ ବିଜେପି ପ୍ରତିବାଦ କରିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ