ଅନୁଗୋଳ: ତାଳଚେର MCL ର ଭରତପୁର କୋଇଲା ଖଣି ବନ୍ଦ ନେଇ ତେଜିଛି ବିବାଦ । କିଏ ଖଣି ଚଲାଇବ ? ତାକୁ ନେଇ ସୋଲଡା ଓ ଡଅଁରା ଗାଁ ଭିତରେ ଟଣାଓଟରା । 2ପକ୍ଷରୁ ଚାଲିଛି ଆରୋପ ଓ ପ୍ରତ୍ୟାରୋପ । ଏହି ତୁ ତୁ ମେ ମେ ଭିତରେ ଖଣି କାର୍ଯ୍ୟକାରୀ କରିବାକୁ ଲୋଡାଯାଇଛି ପ୍ରଶାସନର ହସ୍ତକ୍ଷେପ ।
ପ୍ରକାଶ ଯେ, ଗତ ୧୨ ତାରିଖ ଠାରୁ ବନ୍ଦ ରହିଛି MCL ର ଭରତପୁର କୋଇଲା ଖଣି । ଏନେଇ ସୋଲଡା ଗ୍ରାମବାସୀ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, କେତେକ ରାଜନୈତିକ ବ୍ୟକ୍ତିଙ୍କୁ ହାତକରି ଡଅଁରା ଗାଁର କିଛି ଯୁବକ ଏକଚାଟିଆ ଭାବେ ଖଣିକୁ ବନ୍ଦ କରି ରଖିଛନ୍ତି । ଯେଉଁଠାରେ ଖଣି ଖୋଳା ଯାଉଛି ସେମାନେ ସେଠାରେ ନିଜର ଟ୍ରକ ଲଗାଇ ଲୋଡିଙ୍ଗ କରୁଛନ୍ତି । ଏ ବାବଦରେ ପ୍ରତିବାଦ କଲେ ଖଣି ବନ୍ଦ କରି ଅନ୍ୟମାନଙ୍କୁ ହଇରାଣ କରୁଛନ୍ତି ।