ଓଡିଶା

odisha

ETV Bharat / state

ଜମି ନେଲେ ଚାକିରି ଦେଲେନି, ଆମରଣ ଅନଶନରେ ବସିଲେ ଜମିହରା - ଅନୁଗୋଳରେ ବିସ୍ତାପିତଙ୍କ ଆନ୍ଦୋଳନ

NTPC ଓ TTPS କାରଖାନାରେ ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନରେ ବସିଛନ୍ତି ୬୫ କ୍ଷତିଗ୍ରସ୍ତ ପରିବାରର ସଦସ୍ୟ । କାରଖାନା ଯୋଗୁଁ ଏହି ପରିବାର ଗୁଡିକ ସେମାନଙ୍କର ଭିଟାମାଟି ହରାଇଥିଲେ । ଅଧିକ ପଢ଼ନ୍ତୁ

ଜମି ନେଲେ ଚାକିରୀ ଦେଲେନି, ଆମରଣ ଅନଶନରେ ବସିଲେ ଜମିହରା
ଜମି ନେଲେ ଚାକିରୀ ଦେଲେନି, ଆମରଣ ଅନଶନରେ ବସିଲେ ଜମିହରା

By

Published : Apr 28, 2022, 1:39 PM IST

ଅନୁଗୋଳ:ଜିଲ୍ଲାରେ ଥିବା NTPC ଓ TTPS କାରଖାନାରେ ସ୍ଥାୟୀ ନିଯୁକ୍ତି ଦାବିରେ ଆମରଣ ଅନଶନରେ ବସିଛନ୍ତି ୬୫ କ୍ଷତିଗ୍ରସ୍ତ ପରିବାରର ସଦସ୍ୟ । କାରଖାନା ଯୋଗୁଁ ଏହି ପରିବାର ଗୁଡିକ ସେମାନଙ୍କର ଭିଟାମାଟି ହରାଇଥିଲେ । ନିୟମ ଅନୁଯାୟୀ ପରିବାରର ଜଣଙ୍କୁ କାରାଖାନାର ଚାକିରୀ ଦେବା କଥା । ତେବେ କାରାଖାନା କର୍ତ୍ତୃପକ୍ଷ ତାହା କରାଇ ଦେଉନାହାନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କିଛି ଲାଭ ହେଉନାହିଁ ।

ଜମି ନେଲେ ଚାକିରୀ ଦେଲେନି, ଆମରଣ ଅନଶନରେ ବସିଲେ ଜମିହରା

ଶେଷରେ ବାଧ୍ୟ ହୋଇ ଆଜି ଆମରଣ ଅନଶନରେ ବସିଛନ୍ତି ୬୫ କ୍ଷତିଗ୍ରସ୍ତ ପରିବାରର ସଦସ୍ୟ । ସକାଳ ୭ଟାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ଏହି କ୍ଷତିଗ୍ରସ୍ତ ପରିବାର । ଏହାପୂର୍ବରୁ ଏପ୍ରିଲ୍‌ ୫ ତାରିଖରେ ନିଯୁକ୍ତି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେହି ସମୟରେ ପ୍ରଶାସନ ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲା ।

ଏହାରି ମଧ୍ୟରେ ୧୫ ଦିନ ବିତି ଯାଇଥିଲେ ସୁଦ୍ଧା କ୍ଷତିଗ୍ରସ୍ତଙ୍କ ସହ କୌଣସି ଆଲୋଚନା ହୋଇନାହିଁ। ତେଣୁ ବାଧ୍ୟ ହୋଇ ସେମାନେ ପୁଣି ଥରେ ଆଜିଠାରୁ ଅନଶନରେ ବସିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details