ଅନୁଗୋଳ: ନିଯୁକ୍ତି ନ ମିଳିବାରୁ ଆମରଣ ଅନଶନରେ ଗାଁ ଲୋକେ। କୋଇଲା ଖଣି ପାଇଁ ଜମି ହରାଇ ଥିଲେ । ହେଲେ ନିଯୁକ୍ତି ନେଇ କୋଇଲା କମ୍ପାନୀ କିଛି ପଦକ୍ଷେପ ନ ନେବାରୁ ଜିଲା ପ୍ରଶାସନ ଆଗରେ ଅନଶନରେ ବସିଛନ୍ତି ଅନୁଗୋଳ ଜିଲା କଣିହାଁ ବ୍ଲକ ଛେଳିଆ ଗ୍ରାମବାସୀ (Mines displaced family) ।
ନିଯୁକ୍ତି ଦାବିରେ ଅନୁଗୋଳ ଜିଲ୍ଲା କଣିହାଁ କୋଇଲା ଖଣି କ୍ଷତିଗ୍ରସ୍ତ ଛେଳିଆ ଗ୍ରାମର ୯୩ ଟି ପରିବାରର ସଦସ୍ୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି। ଆଜି (ମଙ୍ଗଳବାର) ସକାଳୁ ପ୍ରତ୍ୟେକ ପରିବାରର ମହିଳା, ପୁରୁଷ, ଯୁବକ ଓ ଯୁବତୀ ସମସ୍ତେ ଅନଶନରେ ବସି ରହିଛନ୍ତି। ନିଯୁକ୍ତି ପ୍ରତିଶୃତି ନମିଳିଲେ ଅନଶନରୁ ଓହରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତିଯେ କୋଇଲା ଖଣି ଯୋଗୁ ଗାଁର ୯୩ ଟି ପରିବାର ନିଜର ଭିଟାମାଟି ହରାଇଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କୁ କୌଣସି ସୁବିଧା ସୁଯୋଗ ମିଳୁନାହିଁ।