ଓଡିଶା

odisha

ETV Bharat / state

'ଜିଲ୍ଲାପାଳ ମୋ ପାଇଁ ଜୀବନ ସାଥୀ ଯୋଗାଡ କରିଦିଅ', ନିବେଦନ କଲେ ଭିନ୍ନକ୍ଷମ

ସବୁ ଦିନ ପରି ଅନୁଗୋଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିଲା । କିନ୍ତୁ ଆଜି ଥିଲା କିଛି ଅଲଗା । ଏଠାରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆପତ୍ତି ସମସ୍ତଙ୍କୁ ଚକିତ କରିଛି । ଜୀବନସାଥୀଟିଏ ଖୋଜିବା ଲାଗି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ସେ । ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

By

Published : Aug 8, 2023, 6:28 AM IST

Disable person unique request to Collector
Disable person unique request to Collector

'ଜିଲ୍ଲାପାଳ ମୋ ପାଇଁ ଜୀବନ ସାଥୀ ଯୋଗାଡ କରିଦିଅ', ନିବେଦନ କଲେ ଭିନ୍ନକ୍ଷମ

ଅନୁଗୋଳ: ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମୟରେ ଲୋକେ ନିଜ ନିଜ ଅଞ୍ଚଳର ସମସ୍ୟାକୁ ଆଣି ଆସିଥାନ୍ତି । ଜିଲ୍ଲା ପ୍ରଶାସନ ନିକଟରେ ନିଜ ସମସ୍ୟା ପ୍ରକାଶ କରି ସମାଧାନ ଲୋଡ଼ିଥାନ୍ତି । ହେଲେ ଆଜି ଜଣେ ବ୍ୟକ୍ତିଙ୍କ ସମସ୍ୟା ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲା । ଜୀବନ ସାଥୀଟିଏ ଖୋଜି ଦେବା ଲାଗି ଜଣେ ଭିନ୍ନକ୍ଷମ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ପରିବାର ଅକ୍ଷମ ଥିବାରୁ ଜିଲ୍ଲା ପ୍ରଶାସନ ଏହି ଦିଗରେ ତାଙ୍କୁ ସହଯୋଗ କରନ୍ତୁ ବୋଲି ସେ ଦାବି କରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି ।

ଏହି ଭିନ୍ନକ୍ଷମ ବ୍ୟକ୍ତିଙ୍କ ନାମ ହେଉଛି ସଞ୍ଜୀବ ମହାପାତ୍ର । ସେ ଛେଣ୍ଡିପଦା ବ୍ଳକର ଟାଙ୍ଗିରି ପଞ୍ଚାୟତ ନୂଆଁପଡା ଗାଁର ମୁରଲୀଧର ମହାପାତ୍ରଙ୍କ ସାନ ପୁଅ । ଆଉ ଜିଲ୍ଲାପାଳଙ୍କ ନିକଟରେ ଯେଉଁ ଅଭିଯୋଗ ରଖିଥିଲେ ତାହାକୁ ନେଇ ସମସ୍ତେ ତାଜୁବ ହୋଇଯାଇଥିଲେ । ନିଜ ଅଞ୍ଚଳ ସମସ୍ୟା ସହିତ ଲୋକେ ନିଜର ଆର୍ଥିକ ଅନଟନ ଭଳି ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚାଇଥାନ୍ତି । ହେଲେ ଏଠାରେ ଭିନ୍ନକ୍ଷମ ବ୍ୟକ୍ତି ଜଣକ ଜୀବନ ସାଥୀଟିଏ ଖୋଜିବା ଲାଗି ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଯାହାକୁ ନେଇ ଅଧିକାରୀଙ୍କ ମଧ୍ୟରେ ସାମାନ୍ୟ ହାସ୍ୟରୋଳ ଦେଖିବାକୁ ମିଳିଥିଲା ।

କଣ କହିଥିଲେ ସଞ୍ଜୀବ ?:-ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ପହଞ୍ଚିବା ପରେ ସଞ୍ଜୀବ କହିଥିଲେ, " ସରକାର ମୋ ପାଇଁ ଜୀବନ ସାଥୀଟିଏ ଖୋଜି ଦିଅନ୍ତୁ । ମୁଁ ଓ ମୋ ପରିବାର ଜୀବନ ସାଥୀ ଖୋଜିବାକୁ ଅକ୍ଷମ । ତେଣୁ ମୋ ପାଇଁ ଜୀବନ ସାଥୀଟିଏ ଖୋଜି ଦିଅନ୍ତୁ ।" ସେ ତାଙ୍କ ଦରଖାସ୍ତରେ ଲେଖିଥିଲେ ଯେ ସେ ନିଜେ ଭିନ୍ନକ୍ଷମ ହୋଇଥିବା ବେଳେ ବାପାମାଆ ବୃଦ୍ଧ ହୋଇ ଯାଇଛନ୍ତି ଏବଂ ବଡ ଭାଇ ଅଲଗା ରହୁଥିବାରୁ ତାଙ୍କ ଚଳଣିରେ ଅସୁବିଧା ହେଉଛି। ବାପା ମାଆଙ୍କ ରକ୍ଷଣାବେକ୍ଷଣ ଓ ତାଙ୍କର ତଦାରଖ ପାଇଁ ତାଙ୍କୁ ଜୀବନ ସାଥୀଟିଏ ନିହାତି ଆବଶ୍ୟକ ।

ଏହା ବି ପଢନ୍ତୁ- ପ୍ରହସନ ପାଲଟିଛି ଜନ ଶୁଣାଣି ! ଖରାରେ ଆଉଟପାଉଟ ଅଭିଯୋଗକାରୀ, ବଡ ବାବୁଙ୍କ ଦେଖାନାହିଁ

ତେବେ ସେ ଭିନ୍ନକ୍ଷମ ଯୋଗୁଁ ତାଙ୍କୁ କେହି ଝିଅ ଦେଉ ନାହାନ୍ତି, ଏଣୁ ଜିଲ୍ଲାପାଳ ତାଙ୍କ ଲାଗି ଜୀବନସାଥୀ ଯୋଗାଡ କରି ଦେଲେ ସେ ଉପକୃତ ହେବେ ବୋଲି ନିବେଦନ କରିଥିଲେ । ଏହାସହିତ ଏକ ଟ୍ରାଇ ସାଇକେଲ ଦେବା ଲାଗି ମଧ୍ୟ ନିବେଦନ କରିଥିଲେ । ତେବେ ସଞ୍ଜୀବଙ୍କ ଏହି ନିବେଦନ ପରେ ସରକାର ଲୋକଙ୍କୁ ସବୁ ସୁବିଧା ଯୋଗାଉଥିବାରୁ ଜୀବନ ସାଥୀ ବି ଯୋଗାଇ ଦେବେ ବୋଲି ଧାରଣା ଲୋକଙ୍କ ମନରେ ଆସିଲାଣି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details