ଅନୁଗୋଳ: ପୁଣି ଥରେ ଜିଲ୍ଲାକୁ ଫେରିଛି ଗାରିମା । ଏଠାରେ ପୁନଃ SUB Inspector ଟ୍ରେନିଂ ଆରମ୍ଭ ହୋଇଛି। ଗତ 2008 ପରଠାରୁ ଅନୁଗୋଳ ଠାରେ ଥିବା ପୋଲିସ ପ୍ରଶିକ୍ଷଣ ମହାବିଦ୍ୟାଳୟରେ କେବଳ କନେଷ୍ଟବଳ ଟ୍ରେନିଂକୁ ଛାଡି ବାକି ସବୁ ଟ୍ରେନିଂ ବ୍ୟବସ୍ଥାକୁ ଏଠାରୁ ଅପସରାଣ କରି ନିଆ ଯାଇଥିବା ବେଳେ ଏବେ ପୁଣି ଥରେ ଅନ୍ୟ ଟ୍ରେନିଂ ମାନଙ୍କ ପ୍ରଶିକ୍ଷଣ ଦେବା ଆରମ୍ଭ କରାଯାଇଛି । 2021ମସିହାରେ ସବ୍ ଇନ୍ସପେକ୍ଟର ନିଯୁକ୍ତି ପାଇଥିବା 126 ଜଣ ପ୍ରଶିକ୍ଷାର୍ଥୀ ଏଠାରେ ଆଜି ତାଙ୍କର ଟ୍ରେନିଂ ଶେଷ କରିଛନ୍ତି ।
ଆଜି ଅନୁଗୋଳ ପୋଲିସ ଟ୍ରେନିଂ କଲେଜରେ ପାସ ହୋଇଥିବା କ୍ୟାଡର ସବ ଇନ୍ସପେକ୍ଟରମାନଙ୍କ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୋଲିସ ମହା ନିର୍ଦ୍ଦେଶକ ସୁନୀଲ ବଂସଲ । ସେ ସମବେତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହ ବିଭିନ୍ନ ବିଷୟରେ କୃତିତ୍ୱ ଲାଭ କରିଥିବା କ୍ୟାଡର ଏସ ଆଇ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ସେ ଉତ୍ତୀର୍ଣ୍ଣ ହୋଇଥିବା କ୍ୟାଡର ଏସଆଇ ମାନଙ୍କୁ କହିଥିଲେ ଯେ ଏଠାରୁ ଉତ୍ତୀର୍ଣ୍ଣ ହୋଇ ସାରିବା ପରେ ଦାୟିତ୍ୱ ଓ କର୍ତ୍ତବ୍ୟ ଆହୁରି ବଢି ଯାଇଛି । କାରଣ ଦିନକୁ ଦିନ ପୋଲିସର ଦାୟିତ୍ୱ ବଢ଼ିବାରେ ଲାଗିଛି । ଲୋକେ କିଭଳି ଉଚିତ ନ୍ୟାୟ ପାଇ ପାରିବେ ଏବଂ ଲୋକଙ୍କର ପୋଲିସ ପ୍ରତି ଆସ୍ଥା ଓ ବିଶ୍ୱାସ ବଢିବ ସେଥିପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ ।