ଓଡିଶା

odisha

ETV Bharat / state

ଅନୁଗୋଳ ଲଜ୍ଜ୍ୟା: ଘଟଣାସ୍ଥଳରେ ପହଞ୍ଚିଲେ ଡିଆଇଜି ଓ ଏସପି - Attempt of murder after rape

8 ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ । ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ଡିଆଇଜି ଓ ଏସପି ।

ପ୍ରତିକାତ୍ମକ ଫଟୋ

By

Published : Jul 21, 2019, 2:50 PM IST

ଅନୁଗୋଳ: ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଡିଆଇଜି ନରସିଂହ ଭୋଳ ଓ ଏସପି ମିତ୍ରଭାନୁ ମହାପାତ୍ର । ଯାଯାବର ବସ୍ତି ଅଞ୍ଚଳ ପରିଦର୍ଶନ କରିବା ସହିତ ସନ୍ଦେହରେ କେତେକ ବ୍ୟକ୍ତିଙ୍କୁ ଉଠାଇ ନେଇ ପଚରାଉଚୁରା ଜାରି ରଖିଛି ପୋଲିସ । ସେପଟେ ନାବାଳିକାଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବାବେଳେ ତିନିଜଣିଆ ଡାକ୍ତରୀ ଦଳ ନାବାଳିକାର ଚିକିତ୍ସା କରୁଛନ୍ତି ।

ଭିଡ଼ିଓ ସୌଜନ୍ୟା: ସମ୍ବାଦଦାତା, ଅନୁଗୋଳ

ସେପଟେ ଘଟଣା ଘଟିବାର ବହୁ ସମୟରେ ପରେ ପୋଲିସ ତଦନ୍ତ ଭାର ନେଇଥିବାବେଳେ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ତେବେ ଏହି ଯାଯାବର ପରିବାର ନାଗପୁର ଅଞ୍ଚଳର ହୋଇଥିବାରୁ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

ଜରି ଗୋଟାଇ ଜୀବନ ବିତାଉଥିବା ଜଣେ ନାବାଳିକାକୁ ଶୋଇଥିବା ଅବସ୍ଥାରେ ତା ମାଆ ପାଖରୁ ଉଠାଇନଥଲେ ଦୁର୍ବୃତ୍ତ । ଦୁଷ୍କର୍ମ ପରେ ଧାରୁଆ ଛୁରୀରେ ଆକ୍ରମଣ କରିବା ସହ ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୂର୍ମୁଷ ଅବସ୍ଥାରେ ଡ୍ରେନରୁ ପୀଡିତାକୁ ସମ୍ପର୍କୀୟ ଲୋକେ ଉଦ୍ଧାର କରିବା ପରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details