ଓଡିଶା

odisha

ETV Bharat / state

ଗାନ୍ଧୀ ମାର୍ଗରେ ନାମିତ ହେଲା ହୁଲୁରିସିଙ୍ଗା-ଶିମିଳିପଡା ରାସ୍ତା - ୧୯୩୪ ରେ ଅନୁଗୋଳ ଆସିଥିଲେ ମାହାତ୍ମା ଗାନ୍ଧୀ

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅନୁଗୋଳରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲୁରିସିଙ୍ଗା-ଶିମିଳିପଡା ରାସ୍ତା ହେଲା ଗାନ୍ଧୀ ମାର୍ଗ

By

Published : Oct 2, 2019, 12:30 PM IST

ଅନୁଗୋଳ: ୧୯୩୪ ମସିହା ମେ ୬ରେ ଅନୁଗୋଳ ଆସିଥିଲେ ମହାତ୍ମା ଗାନ୍ଧୀ । ସେହି ସ୍ମୃତିକୁ ମନେ ପକାଇ ହୁଲୁରିସିଙ୍ଗା ଠାରୁ ଶିମିଳିପଡା ପର୍ଯ୍ୟନ୍ତ ଥିବା ସହରର ବାଇପାସ ରୋଡ଼କୁ ବିଧିବଦ୍ଧ ଭାବେ ଗାନ୍ଧୀ ମାର୍ଗ ଭାବେ ବିବେଚନା କରାଯାଇ ତାର ଫଳକ ଉନ୍ମୋଚନ କରାଯାଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅନୁଗୋଳରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଲୁରିସିଙ୍ଗା-ଶିମିଳିପଡା ରାସ୍ତା ହେଲା ଗାନ୍ଧୀ ମାର୍ଗ

ଗାନ୍ଧୀ ଅନୁଗୋଳ ଜିଲ୍ଲାର ବାମୁରଠାରେ ରାତ୍ରି ଯାପନ କରିଥିଲେ । ପରେ ସେଠାରୁ ଆସି ଅନୁଗୋଳରେ ରାଣୀଗୋଡା ଆମ୍ବ ତୋଟାରେ ସଭା କରିଥିଲେ । ଆଜି ଏହି ଗାନ୍ଧୀ ମାର୍ଗରେ ଏକ ପଦଯାତ୍ରା ହୁଲୁରିସିଙ୍ଗାରୁ ସିମିଳିପଡା ପର୍ଯ୍ୟନ୍ତ ଆସିଥିଲା ।

ଏହି ପଦଯାତ୍ରାରେ ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ସିମିଳିପଡାରେ ଥିବା ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଗାନ୍ଧୀପାର୍କ ଠାରେ ସର୍ବଧର୍ମ ପ୍ରାର୍ଥନା ସଭାର ଆୟୋଜନ ହୋଇଥିଲା । ସେହିଭଳି ଆଜି ଦିନ ତମାମ ସହରରେ ବିଭିନ୍ନ କର୍ଯ୍ୟକ୍ରମ ହେବାର ଆୟୋଜନ ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

TAGGED:

Gandhi@150

ABOUT THE AUTHOR

...view details