ଓଡିଶା

odisha

ETV Bharat / state

ଧୀରେନ ବେହେରା ଅପହରଣ ମାମଲା, ଏସପିଙ୍କୁ ଗୁହାରୀ କଲେ ପରିବାର ଲୋକେ - anugul news

ଅନୁଗୋଳ ଜିଲ୍ଲାର ପୁରୁଣାକୋର୍ଟ ଥାନା କୁଲୁସର ଗାଁର ଧୀରେନ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି । ଅପହରଣ ଅଭିଯୋଗ ଥାନା ଶୁଣୁନଥିବା ବେଳେ ବାଧ୍ୟ ହୋଇ ଏସପିଙ୍କୁ ଗୁହାରି କରିଛନ୍ତି ପରିବାର ଲୋକେ ।

Dhiren Behera kidnapping case, family members appeal to SP
ଧୀରେନ ବେହେରା ଅପହରଣ ମାମଲା, ଏସପିଙ୍କୁ ଗୁହାରୀ କଲେ ପରିବାର ଲୋକେ

By

Published : Mar 12, 2020, 8:02 PM IST

ଅନୁଗୋଳ: ପୁରୁଣାକୋର୍ଟ ଥାନା କୁଳସର ଗାଁର ଧୀରେନ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଅପହରଣ ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ କେହି ସେମାନଙ୍କ ଗୁହାରୀକୁ କର୍ଣ୍ଣପାତ କରିନାହାନ୍ତି । ଫଳରେ ବାଧ୍ୟ ହୋଇ ଏସପିଙ୍କୁ ଗୁହାରୀ କରିଛନ୍ତି ପରିବାର ବର୍ଗ ।

ଧୀରେନ ବେହେରା ଅପହରଣ ମାମଲା, ଏସପିଙ୍କୁ ଗୁହାରୀ କଲେ ପରିବାର ଲୋକେ

ଗତ ୩ ତାରିଖରେ ଧୀରେନ ଗାଁରୁ ଏକୁଟିଆ ଅନୁଗୋଳ ସହର ଥିବା ସମବାୟ ବ୍ୟାଙ୍କକୁ କୌଣସି କାମରେ ଆସିଥିଲେ । ବସଷ୍ଟାଣ୍ଡରେ ଗାଁର 2 ଜଣଙ୍କୁ ଭେଟିଥିଲେ । ସେମାନଙ୍କ ସହ କଥା ମଧ୍ୟ ହୋଇଥିଲେ । ପରେ ଗାଁକୁ ଯିବେ ବୋଲି କହି ସେହି 2 ଜଣଙ୍କୁ ପଠାଇ ଦେଇଥିଲେ। ହେଲେ ତା' ପରେ ସେ ଆଉ ଘରକୁ ଫେରିନଥିଲେ । ପର ଦିନ ଅର୍ଥାତ 4 ତାରିଖ ଧୀରେନ ଭୟଭୀତ ଅବସ୍ଥାରେ କାନ୍ଦି କାନ୍ଦି ନିଜ ମୋବାଇଲ ଫୋନରୁ ପଡିଶା ଘର ଫୋନକୁ ଫୋନ କରି ତାଙ୍କୁ ଜଣେ ସର୍ଦ୍ଦାର ଉଠାଇ ନେଇଥିବା କଥା ଜଣାଇଥିଲେ । ଆଉ ସେହି ଦିନରୁ ଆଜି ପର୍ଯ୍ୟନ୍ତ ଧୀରେନଙ୍କ ଆଉ ଫୋନ ନାହିଁ କି ଖୋଜ ଖବର ବି ମିଳିନାହିଁ । ଘଟଣାର 2 ଦିନ ପରେ ତାଙ୍କ ପରିବାର ଲୋକେ ଥାନାରେ ଏନେଇ ଅବଗତ କରିଥିଲେ । କିନ୍ତୁ ପୋଲିସ ସେମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇନଥିଲା । ତେଣୁ ବାଧ୍ୟ ହୋଇ ଗୁରୁବାର ପରିବାର ଲୋକେ ଏସପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ତେବେ ଧୀରେନଙ୍କ ନିଖୋଜ ହେବା ପରଠୁ ତାଙ୍କ ଘରେ ୯ ଦିନ ହେବ ଚୁଲି ଜଳିନି । ସେପଟେ ପୁଅର ଫେରି ବାଟକୁ ଚାହିଁ ବୁଢା ବାପାର ଆଖିରୁ ଲୁହ ଶୁଖୁନଥିବା ବେଳେ ସ୍ତ୍ରୀ ଓ ଝିଅ-ପୁଅ ଦୁଃଖରେ ଭାଙ୍ଗି ପଡିଛନ୍ତି । ଧୀରେନଙ୍କୁ କିଏ ଏବଂ କାହିଁକି ଅପହରଣ କରିଛି ସେ କଥା କେହି ଜାଣିପାରୁନଥିବା ବେଳେ ଏକ ବଡ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details