ଅନୁଗୋଳ: ଜିଲ୍ଲାରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ପ୍ରଦର୍ଶନ କରିଛନ୍ତି ଢେଙ୍କାନାଳ ସାଂସଦ । "ଆମ ପ୍ରତିଭା ଆମ ସମ୍ମାନ" କାର୍ଯ୍ୟକ୍ରମରେ ଅନୁଗୋଳର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଛି । ତା ସହିତ ଆମ ପ୍ରତିଭା ଆମ ସ୍ବାଭିମାନ ନାଁରେ ଏକ ଅନୁଷ୍ଠାନ ଗଠନ କରି ଢେଙ୍କାନାଳ-ଅନୁଗୋଳ ଜିଲ୍ଲାରେ ଦଳଗତ ନିର୍ବିଶେଷରେ ରାଜନୈତିକ, ଅଣ ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ, ସାଂସ୍କୃତିକ, ଶିକ୍ଷା, କ୍ରୀଡା, ଶିଳ୍ପ,କଳା,କାରିଗରୀ ତଥା ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ପ୍ରତିଭା ତଥା ପୂଜ୍ୟପୂଜାଙ୍କୁ ଚିହ୍ନଟ କରି ସମ୍ମାନୀତ କରିଛନ୍ତି ।
'ଆମ ପ୍ରତିଭା ଆମ ସମ୍ମାନ': ସମ୍ମାନୀତ ହେଲେ ଜିଲ୍ଲାର ଉଦୀୟମାନ ପ୍ରତିଭା - Senior Journalist Arun Pnda
"ଆମ ପ୍ରତିଭା ଆମ ସମ୍ମାନ" କାର୍ଯ୍ୟକ୍ରମରେ ଅନୁଗୋଳର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଛି । ଏଥିରେ ଢେଙ୍କାନାଳ ସାଂସଦ ବହୁ ପ୍ରତିଭାଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଭାଙ୍କୁ ବାଛି ସମ୍ମାନୀତ କରିଛନ୍ତି । ଅଧିକ ପଢନ୍ତୁ...
ଆମ ପ୍ରତିଭା ଆମ ସମ୍ମାନ ମାଧ୍ୟମରେ ସମ୍ମାନୀତ କଲେ ଢେଙ୍କାନାଳ ସାଂସଦ
ଏଥିପାଇଁ ଅନୁଗୋଳ କଳାକେନ୍ଦ୍ର ଠାରେ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରି ପାଖାପାଖି ୧୦୦ରୁ ଅଧିକ ବ୍ୟକ୍ତିଙ୍କୁ ସମ୍ମାନୀତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ, ତଥା ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ କିଭଳି ପ୍ରତିଭାବାନଙ୍କୁ ଆଗକୁ ନେବାକୁ ସହାୟ ହେବ ସେନେଇ ସାଂସଦ ମତ ପୋଷଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ବହୁ ଅତିଥି ଓ ଗଣ୍ୟମଣ୍ୟ ବ୍ୟକ୍ତି ମଧ୍ୟ ଉତ୍ସବରେ ସାମିଲ ହୋଇଥିବା ନେଇ ସୂଚନା ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ