ଅନୁଗୋଳ: ଆଜି ବି ବଞ୍ଚିଛି ଗୀତିନାଟ୍ୟ । ଅନୁଗୋଳ ସଭାଘରଠାରେ ମଞ୍ଚସ୍ଥ ହୋଇଛି ଗୀତିନାଟ୍ୟ ସମର ତରଙ୍ଗ । ଢେଙ୍କାନାଳର ନାଟ୍ୟ ସଂସ୍ଥା କଳାପରିଷଦର କଳାକାର ଏଥିରେ ବେଶ ନିଖୁଣତାର ସହ ଅଭିନୟ କରିଥିବା ଦେଖିବାକୁ ମିଳିଛି । ବ୍ରଜନାଥ ବଡ଼ଜେନାଙ୍କ କାବ୍ୟ ସମର ତରଙ୍ଗକୁ ଗୀତନାଟ୍ୟର ରୂପ ଦିଆଯାଇଥିଲା । ତେବେ ଗୀତିନାଟ୍ୟକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ ଏହି ନାଟ୍ୟ ପରିବେଷଣ ହୋଇଥିଲା ।
ସପ୍ତଦଶ ଶତାବ୍ଦୀରେ ୩ୟ ଦଶକର ଗ୍ରନ୍ଥାକାର କବି ବ୍ରଜନାଥ ବଡ଼ଜେନାଙ୍କ ରଚୟିତ କାବ୍ୟ ସମର ତରଙ୍ଗଙ୍କୁ ଗୀତିନାଟ୍ୟରେ ରୂପ ଦେଇ ମଞ୍ଚସ୍ଥ କରିଥିଲେ ଢେଙ୍କାନାଳର ନାଟ୍ୟ ସଂସ୍ଥାର କଳାକାର । ୧୭୫୧ ମସିହା ଯେତେବେଳେ ମରହଟ୍ଟାମାନେ ସମଗ୍ର ଓଡ଼ିଶା ପ୍ରଦେଶକୁ ନିଜ ଆୟତ୍ତକୁ ନେଇ କଟକଠାରେ ନିଜର ରାଜଧାନୀ କରିଥିଲେ ସେତେବେଳେ ଗଡଜାତ ରାଜାମାନଙ୍କଠାରୁ ଜୋର ଜବରଦସ୍ତ କର ଆଦାୟ ଆରମ୍ଭ କରିଥିଲେ । ଯାହାକୁ ସେତେବେଳେ ବିରୋଧ କରିଥିଲେ ଢେଙ୍କାନାଳ ରାଜା ଜୟ ନାରାୟଣ । ପର୍ବତୀ ସମୟରେ ମରହଟ୍ଟାମାନେ ରାଜା ତ୍ରିଲୋଚନ ଦେବଙ୍କଠାରୁ ପରାସ୍ତ ହୋଇଥିଲେ । ଯାହାକୁ ସମର ତରଙ୍ଗ କାବ୍ୟରେ ରୂପ ଦିଆଯାଇଥିଲା । ଯାହା ଉପରେ ଆଧାରିତ ହୋଇଥିଲା ଏହି ଗୀତିନାଟ୍ୟ ସମର ତରଙ୍ଗ ।
ଏହା ବି ପଢନ୍ତୁ- ଆରମ୍ଭ ହେଲା ଗୀତିନାଟ୍ୟ ଉତ୍ସବ: ପ୍ରଥମ ଦିନରେ ମହୀରାବଣ ବଧ