ଓଡିଶା

odisha

ETV Bharat / state

ଗଡିଲା ସମ୍ବଲପୁର-ହାଓଡା ଟ୍ରେନ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର - ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଅନୁଗୋଳ ଗସ୍ତ

ସମ୍ବଲପୁର-ହାଓଡା ଟ୍ରେନ ସହ ପୁରୀ-ଜଳେଶ୍ବର ମେମୁ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାରଙ୍କ କେନ୍ଦ୍ର ଅବହେଳା ମନ୍ତବ୍ୟକୁ କଲେ କଟାକ୍ଷ । ଅଧିକ ପଢନ୍ତୁ

ଗଡିଲା ସମ୍ବଲପୁର-ହାଓଡା ଟ୍ରେନ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
ଗଡିଲା ସମ୍ବଲପୁର-ହାଓଡା ଟ୍ରେନ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

By

Published : Dec 29, 2022, 5:36 PM IST

ଗଡିଲା ସମ୍ବଲପୁର- ହାଓଡା ଟ୍ରେନ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର

ଭୁବେନେଶ୍ବର: ସମ୍ବଲପୁର-ହାଓଡା ଟ୍ରେନ ଓ ପୁରୀ-ଜଳେଶ୍ବର ମେମୁ ଟ୍ରେନର ଶୁଭାରମ୍ଭ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକକୁ ମେମୁ ଟ୍ରେନ ଚଳାଚଳ ଦାବି କରିବାର ମାତ୍ର ଦୁଇ ଘଣ୍ଟା ମଧ୍ୟରେ ରେଳମନ୍ତ୍ରୀ ଏହି ଦାବି ପୂରଣ କରିଛନ୍ତି । ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଜୁଳି ବେଗରେ କାମ କରିବାର ତରିକା ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହି ଆଳରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କ ବାରମ୍ବାର କେନ୍ଦ୍ର ଅବହେଳା ଉପାଖ୍ୟାନକୁ ମଧ୍ୟ କଟାକ୍ଷ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, "ତଥାପି ରାଜ୍ୟ ସରକାର କହୁଛନ୍ତି ଆମେ କେନ୍ଦ୍ର ଅବହେଳା ବିରୁଦ୍ଧରେ ଲଢ଼େଇ କରିବୁ । ଜାତୀୟ ଦଳମାନଙ୍କର ନଜର ଓଡ଼ିଶା ଉପରେ ନାହିଁ ।" ତାହେଲେ ଆଉ କ’ଣ କରାଯାଇ ପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ କରିଛନ୍ତି ।

ଧର୍ମେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି, ‘‘ପୂର୍ବରୁ ଆମ ଖଣି ଖାଦାନରୁ ଦିଲ୍ଳୀ ପୁଞ୍ଜିପତିମାନଙ୍କ ପକେଟ ଭରୁଥିଲା । କିନ୍ତୁ ଏବେ ଖଣି ନିଲାମ ଟଙ୍କା ଦିଲ୍ଳୀ ଯାଉନାହିଁ ଓଡ଼ିଶାରେ ରହୁଛି । ତଥାପି ଯେଉଁ ଆଦିବାସୀ, ଦଳିତମାନଙ୍କ ପାଖକୁ ଏହି ରାଶି ପହଞ୍ଚିବା କଥା ତାହା ପହଞ୍ଚି ପାରୁଛି କି ନାହିଁ ଜଣାନାହିଁ । ସେହିପରି DMF ଫଣ୍ଡରେ ରାଜ୍ୟ ଏବେ ବର୍ଷକୁ ପ୍ରାୟ 15ହଜାର କୋଟି ଟଙ୍କା ପାଉଛି । ମୋଦି ସରକାର ଆସିବା ପୂର୍ବୁର ଏହି ରାଶି ପରିମାଣ ଶୂନ୍ୟ ଥିଲା । ପ୍ରଧାନମନ୍ତ୍ରୀ ମୋଦି ଓଡିଶାକୁ ବିଶ୍ଵର ସିଲିକନ୍ ସିଟି ବନାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ରାଜ୍ୟରେ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦଠାରୁ ମଧ୍ୟ ବଡ଼ ଆଇଟି ହବ ପ୍ରତିଷ୍ଠା ପାଇଁ ଯୋଜନା ରଖାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି । ଆଜି ଅନୁଗୋଳ ଗସ୍ତ କରିଛନ୍ତି ତିନି କେନ୍ଦ୍ରମନ୍ତ୍ରୀ । ଆଜି ତାଳଚେରର ଶୁଭାରମ୍ଭ ହୋଇଥିବା ସମ୍ବଲପୁର-ହାଓଡା ଟ୍ରେନକୁ ମହିମା ଗୋସ୍ୱାଇଁ ନାମରେ ନାମିତ କରାଯାଉ ବୋଲି ରେଳମନ୍ତ୍ରୀ ବୈଷ୍ଣବଙ୍କ ନିକଟରେ ଧର୍ମେନ୍ଦ୍ର ପ୍ରଧାନ ଦାବି ମଧ୍ୟ କରିଛନ୍ତି ।

ଇଟିଭି ଭାରତ, ଭୁବେନେଶ୍ବର

ABOUT THE AUTHOR

...view details