ଓଡିଶା

odisha

ETV Bharat / state

ପୋଲିସ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ରାଗ

ପୋଲିସ ଉପରେ ରାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ପୋଲିସକୁ ବ୍ୟଙ୍ଗାତ୍ମକ କରି ବର୍ଷିଲେ ଧର୍ମେନ୍ଦ୍ର।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Apr 19, 2019, 3:01 PM IST

ଅନୁଗୋଳ: ପୋଲିସ ଉପରେ ରାଗିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନୁଗୋଳରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ପୋଲିସକୁ ବ୍ୟଙ୍ଗାତ୍ମକ କରି ବର୍ଷିଲେ ଧର୍ମେନ୍ଦ୍ର।

ଜିଲ୍ଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଠାକୁରଗଡ ଠାରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ରାଜ୍ୟ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି ଧର୍ମେନ୍ଦ୍ର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏହା ସହ ମୋଦି ଓଡିଶାର ବିକାଶ ପାଇଁ ଟଙ୍କା ଦେଉଥିଲେ ମଧ୍ୟ ନବୀନ ନିଜେ କରୁଛି ବୋଲି କହି ଲୋକଙ୍କୁ ମିଛ କହୁଛନ୍ତି। ସେହିପରି ରାଜକୋଷରେ ଟଙ୍କାଟିଏ ନାହିଁ କିନ୍ତୁ ନବୀନ ଯୋଜନା ପରେ ଯୋଜନା କରୁଛନ୍ତି । ଓଡିଶା ଲୋକଙ୍କୁ ନବୀନ ଭୁଆଁ ବୁଲାଉଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଆସିଲେ ଡବଲ ଇଞ୍ଜିନ ସରକାର ଚାଲିବ ଏବଂ ଉନ୍ନତି ହେବ ବୋଲି ମଧ୍ୟ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details