ଓଡିଶା

odisha

ETV Bharat / state

କୋହଲା ପାଗ ସତ୍ତ୍ବେ ବାଣ ଦୋକାନରେ ଜମୁଛି ଭିଡ - ଆଲୋକର ପର୍ବ ଦୀପାବ

ମାତ୍ର କିଛିଦିନର କୋହଲା ପାଗ ଏଥର ଦୀପାବଳିକୁ କରିପାରେ ମାନ୍ଦା । ତଥାପି ବାଣ ଦୋକାନରେ ଜମିଛି ଲୋକଙ୍କ ଭିଡ଼ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Oct 27, 2019, 3:52 PM IST

ଅନୁଗୋଳ: ଆଲୋକର ପର୍ବ ଦୀପାବଳି । ସବୁଠି ଦୀପାବଳି ପାଳନକୁ ନେଇ ଉତ୍ସବମୁଖର ହୋଇଛି ଅନୁଗୋଳ । ମାତ୍ର କିଛିଦିନର କୋହଲା ପାଗ ଏଥର ଦୀପାବଳୀକୁ କରିପାରେ ମାନ୍ଦା । ତଥାପି ବାଣ ଦୋକାନରେ ଜମିଛି ଲୋକଙ୍କ ଭିଡ଼ । ଲୋକେ ବାଣ, ଦୀପ, କାଉଁରିଆ କାଠି ଓ ତେଲ କିଣିବାକୁ ଭିଡ଼ ଜମାଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ରବିବାର ପାଗ ସାମାନ୍ୟ କୋହଲା ଥିବାରୁ ବାଣ ଦୋକାନୀ ଚିନ୍ତାରେ ପଡ଼ି ଯାଇଛନ୍ତି । ତଥାପି ସକାଳୁ ସକାଳୁ ବାଣ କିଣିବାକୁ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ପ୍ରଶାସନ ତରଫରୁ ହାଇସ୍କୁଲ ପଡ଼ିଆରେ ବାଣ ବଜାର ଖୋଲା ଯାଇଛି । ଅନୁଗୋଳରେ ପ୍ରାୟ 93ଟି ଦୋକାନ ଖୋଲା ଯାଇଛି ।

ଦୋକାନରେ ଭଳିକି ଭଳି ବାଣ ବିକ୍ରି ହେଉଛି । ଚଳିତଥର ଅଧିକ ଶବ୍ଦ ହେଉଥିବା ବାଣ ଅପେକ୍ଷା ରଙ୍ଗୀନ ବାଣର ଅଧିକ ଚାହିଦା ତେବେ ଦୋକାନୀ ଓ ଲୋକଙ୍କର ଆଶା ପାଗରେ ପରିବର୍ତ୍ତନ ହେବ । ଆଉ ହସ ଖୁସିରେ ଦୀପାବଳୀ ଉତ୍ସବ ପଳନ କରିବାକୁ ଆଶା ରଖିଛନ୍ତି ଅନୁଗୋଳ ସହରବାସୀ ।

ଅନୁଗୋଳରୁ ସଂଗ୍ରାମ ନାଥ, ଇଟିଭି ଭାରତ

ABOUT THE AUTHOR

...view details