ଓଡିଶା

odisha

ETV Bharat / state

ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଖୋଲିଲା ଗୋଟିଏ ଗେଟ୍‌ - ଡେରଜାଙ୍ଗ ପ୍ରକଳ୍ପ ଜଳସ୍ତର ବୃଦ୍ଧି

ଉପର ମୁଣ୍ଡରେ ବର୍ଷା କାରଣରୁ ଆଜି ଅନୁଗୋଳ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଗୋଟଏ ଗେଟ୍‌ ଦେଇ ଜଳ ନିଷ୍କାସନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Sep 8, 2019, 5:16 PM IST

ଅନୁଗୋଳ: ଉପରମୁଣ୍ଡରେ ବର୍ଷା କାରଣରୁ ବଢୁଛି ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଜଳସ୍ତର । ଫଳରେ ଏହି ପ୍ରକଳ୍ପର ଗୋଟିଏ ଗେଟ୍‌ ଆଜି ଖୋଲାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଗତକାଲି(ଶନିବାର) ରାତିରୁ ପ୍ରକଳ୍ପକୁ 120 କ୍ୟୁବିକ ମିଟର ପାଣି ପଶୁଥିଲା । ଆଜି ସକାଳୁ ବର୍ଷା ସାମାନ୍ୟ କମିଥିବାରୁ କମ ପାଣି ପ୍ରବେଶ କରୁଛି । ତେବେ ପ୍ରକଳ୍ପର ଗୋଟିଏ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ପ୍ରକଳ୍ପର ସର୍ବାଧିକ ଜଳ ଧାରଣ କ୍ଷମତା 150 ମିଟର ଥିବା ବେଳେ ବର୍ଷା ଯୋଗୁଁ 150 ମିଟରରୁ ଅଧିକ ପାଣି ହୋଇଥିଲା । ଆଜି ପରିସ୍ଥିତି ସ୍ଥିର ରହିଛି । ଆଗକୁ ଲଗାଣ ବର୍ଷା ହେଲେ ପୁଣି ଜଳସ୍ତର ବଢିବା ଆଶଙ୍କା ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details