ଓଡିଶା

odisha

ରେଡଆଲର୍ଟରେ ଅନୁଗୋଳ, ବନ୍ୟା ଜଳ ନିଷ୍କାସନ କଲା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ

ଅନୁଗୋଳରେ ବର୍ଷା ବିତ୍ପାତ୍ତ । ଏହାକୁ ଦୃଷ୍ଟିରେ ରଖି ବନ୍ୟା ଜଳ ନିଷ୍କାଷନ ପାଇଁ ଖୋଲିଲା ଡେରଜାଙ୍ଗ ଜଳ ସେଚନ ପ୍ରକଳ୍ପର ତିନି ନଂ ସୁଇଜ ଗେଟ । ଅଧିକ ପଢନ୍ତୁ..

By

Published : Aug 20, 2020, 3:17 PM IST

Published : Aug 20, 2020, 3:17 PM IST

Updated : Aug 20, 2020, 3:42 PM IST

ବନ୍ୟା ଜଳ ନିଷ୍କାସନ କଲା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ
ବନ୍ୟା ଜଳ ନିଷ୍କାସନ କଲା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ

ଅନୁଗୋଳ: ଅଧିକ ବର୍ଷା ଯୋଗୁଁ ଗୁରୁବାର ଅନୁଗୋଳ ରେ ଥିବା ଡେରଜାଙ୍ଗ ମଧ୍ୟର ଜଳ ସେଚ ପ୍ରକଳ୍ପ ବନ୍ୟା ଜଳ ନିଷ୍କାସନ କରିଛି। ପ୍ରକଳ୍ପର ତିନି ନଂ ସୁଇଜ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ କରାଯାଉଛି । ସମସ୍ତ ବନ୍ୟା ଜଳ ଲିଙ୍ଗିରା ନାଳରେ ପ୍ରଭାବିତ ହେଉଛି।ଏହାର ତଳ ମୁଣ୍ଡରେ ଥିବା ଲୋକଙ୍କୁ ସତର୍କ ରହିବାକୁ ଜଳ ସେଚନ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି ।

ପ୍ରକଳ୍ପ ର ଉପର ମୁଣ୍ଡରେ ଅଧିକ ବର୍ଷା କାରଣରୁ ମାତେଳି ଓ ଲିଙ୍ଗିରା ଦେଇ ବର୍ଷା ଜଳ ପ୍ରକଳ୍ପ ମଧ୍ୟ ଦେଇ ପ୍ରବେଶ କରୁଛି । ପାଣିପାଗ ବିଭଗ ଜାରି କରିଥିବା ସତର୍କତା ଅନୁସାରେ ଅନୁଗୋଳ ପାଇଁ ରେଡ଼ ଆଲର୍ଟ ଜାରି ହୋଇଛି । ଆଗକୁ ଅଧିକ ବର୍ଷା ହେବା ଆଶଙ୍କା ରେ ଜଳ ସେଚନ ବିଭଗ ଡ୍ୟାମ ର ସୁରକ୍ଷା ଦୃଷ୍ଟିରୁ ଏହି ବନ୍ୟା ଜଳ କୁ ନିଷ୍କାସନ କରୁଛି ।

ରେଡଆଲର୍ଟରେ ଅନୁଗୋଳ, ବନ୍ୟା ଜଳ ନିଷ୍କାସନ କଲା ଡେରଜାଙ୍ଗ ଜଳସେଚନ ପ୍ରକଳ୍ପ

ଆଜି ସକାଳ ସୁଦ୍ଧା ଜିଲ୍ଲାରେ ମୋଟ ହାରାହାରୀ 47 ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Aug 20, 2020, 3:42 PM IST

ABOUT THE AUTHOR

...view details