ଓଡିଶା

odisha

ETV Bharat / state

ଶୁଖିବାକୁ ବସିଲାଣି ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ - farming issue

ଅନୁଗୋଳ ଜିଲ୍ଲାରେ ଆବଶ୍ୟକତା ଠାରୁ ଯଥେଷ୍ଟ କମ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି ଚାଷ କାର୍ଯ୍ୟ । ହଜାର ହଜାର ହେକ୍ଟର ଜମି ପଡିଆ ପଡିବାର ଆଶଙ୍କା ରହିଛି। ଡେରାଜଙ୍ଗ ଜଳ ସେଚନ ପ୍ରକଳ୍ପରେ ମଧ୍ୟ ଯଥେଷ୍ଟ ପାଣି ନଥିବାରୁ ଜଳସେଚନ ଉପରେ ନିର୍ଭର କରୁଥିବା ଚାଷୀ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି । ଅଧିକ ପଢନ୍ତୁ...

ଶୁଖିବାକୁ ବସିଲାଣି ଜଳସେଚନ ପ୍ରକଳ୍ପ,  ଚିନ୍ତାରେ ଚାଷୀ
ଶୁଖିବାକୁ ବସିଲାଣି ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ

By

Published : Jul 18, 2021, 10:36 PM IST

ଅନୁଗୋଳ: ଆଷାଢ ମାସର ଅଧା ସମୟ ବିତିଲାଣି । ହେଲେ ବର୍ଷାର ଦେଖା ନାହିଁ । ଶୁଖିଲା ପଡିଛି ଅନୁଗୋଳ ଜିଲ୍ଲାର ଅନୁଗୋଳ ବଅଁରପାଳ ବ୍ଲକର ଅଧିକାଂଶ ଚାଷୀଙ୍କ ଲାଇଫ ଲାଇନ କୁହାଯାଉଥିବା ଡେରଜଙ୍ଗ ଜଳ ସେଚନ ପ୍ରକଳ୍ପ । ଏହି ଦୁଇ ବ୍ଲକର ପ୍ରାୟ ୮ ହଜାର ହେକ୍ଟର ଜମିରେ ଧାନ ଚାଷ ପାଇଁ ଜଳସେଚନ ଉପରେ ନିର୍ଭର କରନ୍ତି ଚାଷୀ । କିନ୍ତୁ ବର୍ଷା ଅଭାବରୁ ଡେରଜାଙ୍ଗ ଜଳସେଚନ ପ୍ରକଳ୍ପରେ ଆବଶ୍ୟକ ପାଣି ନାହିଁ । ଗତ ବର୍ଷ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକଳ୍ପ ଉପରେ ୩୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ୨୦୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେଣୁ ପ୍ରକଳ୍ପରେ ୧୪୮.୧୮ ମିଟର ପାଣି ରହିବା ପରିବର୍ତ୍ତେ ଏବେ ଅଛି ୧୪୬ ମିଟର । ଏହାଛଡା କେନାଲରେ ଦୈନିକ ୩ଘନ ମିଟର ପାଣି ଛଡାଯାଉଛି । ଏଭଳି ହେଲେ ଆଉ ୧୦ କି ୧୫ ଦିନ ପରେ ପାଣି ଛାଡିବା ସମ୍ଭବ ହୋଇପାରିବ ନାହିଁ । ଯାହାକୁ ନେଇ ଚିନ୍ତା ରେ ଚାଷୀ ।

ଶୁଖିବାକୁ ବସିଲାଣି ଜଳସେଚନ ପ୍ରକଳ୍ପ, ଚିନ୍ତାରେ ଚାଷୀ
ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୮୫ ହଜାର ହେକ୍ଟରରୁ ଅଧିକ ଜମିରେ ଖରିଫ ଧାନ ଫସଲ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୪୩ ହଜାର ୧୩୭ ହେକ୍ଟର ଜମିରେ ରୁଆଁ ଏବଂ ୪୨ ହଜାର ୯୧୨ ହେକ୍ଟର ଜମିରେ ବୁଣା ଧାନ ଚାଷ କରାଯିବାର ଲକ୍ଷ୍ୟ ରହିଛି । ଜୁଲାଇ ମାସ ଅଧା ବେଳକୁ ଶତକଡା ପ୍ରାୟ ୭୦ ଭାଗ ଜମିରେ ଧାନ ତଳି ରୁଆଁ ଶେଷ ହେବା କଥା । କିନ୍ତୁ ଚଳିତ ବର୍ଷ ଆବଶ୍ୟକ ବର୍ଷା ଅଭାବରୁ ଏ ପର୍ଯ୍ୟନ୍ତ ଚାଷ କାମ ଆଗେଇ ପାରିନାହିଁ । ଅଧିକାଂଶ ଜମି ପଡିଆ ପଡିଛି । ଢ଼ିପ ଜମିଗୁଡିକରେ ହଳ ବୁଲି ପାରିନି । କହିବାକୁ ଗଲେ ଚାଷ କାମରେ ବହୁ ବିଳମ୍ବ ହେଲାଣି । ଗୋଟେ ପ୍ରକଳ୍ପ ଶୁଖିଲା ଓ ଅନ୍ୟପଟେ ବର୍ଷାର ଅଭାବ । ଏସବୁ ପରିସ୍ଥିତି ଦେଖି ଚାଷୀ ହତାଶ ହେଲେଣି । ଆଗକୁ କଣ ହେବ କେମିତି ଚାଷ କାର୍ଯ୍ୟ ହେବ ସେନେଇ ଚିନ୍ତାରେ ପଡ଼ି ଯାଇଛନ୍ତି । ଏହାକୁ ମଧ୍ୟ ସ୍ଵୀକାର କରିଛି କୃଷି ବିଭାଗ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details