ଓଡିଶା

odisha

ETV Bharat / state

କୁହୁଡିର ଆସ୍ତରଣରେ ଅନୁଗୋଳ

ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଅନୁଗୋଳ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି ଶୀତର ପ୍ରକୋପ । ଜିଲ୍ଲାରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

By

Published : Jan 15, 2020, 1:22 PM IST

cold wave in angul
କୁହୁଡିର ଆସ୍ତରଣରେ ଅନୁଗୋଳ

ଅନୁଗୋଳ: ଘନ କୁହୁଡ଼ି ବଳୟରେ ଅନୁଗୋଳ । ଆଜି ସକାଳ ପ୍ରାୟ 8ଟା ପରେ ଆରମ୍ଭ ହୋଇ ଯାଇଥିଲା କୁହୁଡି । ଦିନ ଯେତିକି ବଢୁଛି କୁହୁଡି ସେତିକି ବଢ଼ିବାରେ ଲାଗିଛି । ରାସ୍ତାଘାଟ କିଛି ଦେଖା ଯାଉନି। ଯୁଆଡେ ଦେଖିଲେ ଧଳା ଚାଦର ଘୋଡେଇ ହେଲା ପରି ଜଣାପଡୁଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଦୋକାନ ବଜାର ବିଳମ୍ବିତ ପର୍ଯ୍ୟନ୍ତ ଖୋଲା ଯାଇ ପାରି ନାହିଁ । ଲୋକେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ।

କୁହୁଡିର ଆସ୍ତରଣରେ ଅନୁଗୋଳ

ବିଶେଷ କରି ସାଧାରଣ ଓ ଦିନ ମଜୁରିଆଙ୍କ ଉପରେ କୁହୁଡି ଦାଉ ସାଧୁଛି। ଏମିତି ଶୀତ ଆଗରୁ କେବେ ହୋଇନଥିଲା ବୋଲି ସ୍ଥାନୀୟ ବାସିନ୍ଦା ମତ ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details