ଓଡିଶା

odisha

ETV Bharat / state

ନୂଆ ମୋଟର ଯାନ ଆଇନକୁ ଡିୱାଇଓର ବିରୋଧ - ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସନ

ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ଅନୁଗୋଳରେ ବିରୋଧ। ଏହି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସ(ଡିୱାଇଓ)।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

By

Published : Sep 24, 2019, 2:58 PM IST

ଅନୁଗୋଳ: ଲାଗୁ ହୋଇଥିବା ନୂଆ ମୋଟର ଯାନ ଆଇନକୁ ବିରୋଧ । ଏହି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ଡେମୋକ୍ରାଟିକ ୟୁଥ୍ ଅର୍ଗାନାଇଜେସନ (ଡିୱାଇଓ) । ଏହି ସଙ୍ଗଠନ ଦାବି କରିଛି ଯେ, ଯେଉଁଠି ଗାଡି ଚଳାଇବା ପାଇଁ ଭଲ ରାସ୍ତାଟିଏ ନାହିଁ ସେଠି ମୋଟର ଯାନ ଆଇନ ଲଗାଇ ସାଧାରଣ ଜନତାଙ୍କୁ ଶୋଷଣ କରାଯାଉଛି । ଯାହାକୁ ବିରୋଧ କରିବା ସହିତ ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଡିୱାଇଓ ।

ସଙ୍ଗଠନ ଅଭିଯୋଗ କରିଛି ଯେ, ଦେଶରେ ଆଇନ ଲାଗୁ ହେବା ପରେ ଅନେକ ରାଜ୍ୟ ଏହାକୁ ସମର୍ଥନ କରିନାହାଁନ୍ତି । ହେଲେ ରାଜ୍ୟ ସରକାର ଆଇନକୁ ସମର୍ଥନ କରି ରାଜ୍ୟବାସୀଙ୍କୁ କେବଳ ଲୁଟୁଛନ୍ତି । ଏନେଇ 8 ଦଫା ସମ୍ବଳିତ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କୁ ପ୍ରଦାନ କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଜିଲ୍ଲାରେ ବିଭିନ୍ନ କମ୍ପାନୀ ଓ ଖଣି ଖାଦାନ ଥିଲେ ବି ଏଠାକାର ଯୁବକ ଯୁବତୀ ଚାକିରି ନପାଇ ବେକାର । ଏବେବି ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଏହା ସହିତ ସମସ୍ତ ବେକାରୀଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ସେମାନଙ୍କୁ ବେକାରୀ ଭତ୍ତା ପ୍ରଦାନ ସହିତ ଚାକିରି ଓ ଅବଶ୍ୟକୀୟ ଡାକ୍ତର ଜିଲ୍ଲାକୁ ଯୋଗାଇ ଦେବାକୁ ଦାବି କରାଯାଇଛି।

ଯଦି ସରକାର ଲାଗୁ କରିଥିବା ଆଇନକୁ ସଂଶୋଧନ ନକରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସଙ୍ଗଠନ ଚେତାବନୀ ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details