ଅନୁଗୋଳ: ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାରେ ହେବାକୁ ଯାଉଛି କୋଇଲା ଖଣି । ଛେଣ୍ଡିପଦା ବ୍ଲକରେ ଥିବା ନୈନି କୋଲ ବ୍ଳକକୁ ସିଙ୍ଗରାଣୀ କମ୍ପାନୀକୁ ଦିଆଯାଇଛି । ତେବେ ICFRE ଏହାର ଅନୁଧ୍ୟାନ କରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ସୂଚନାଅନୁସାରେ, ଏହି ଖଣି ପାଇଁ ପ୍ରାୟ ୮୦୦ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ ହେବ । ଯାହାପାଇଁ ପ୍ରକଳ୍ପର ଫରେଷ୍ଟ ଡାଇଭର୍ସନ ପ୍ରୋଜେକ୍ଟକୁ ତ୍ବରାନ୍ବିତ କରିବାପାଇଁ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏଥିପାଇଁ ସ୍ଥିରୀକୃତ Indian Council for Forestry Research and Education ( ICFRE ) କୁ ଏହାର ବିସ୍ତୃତ ପ୍ରଭାବ ଅନୁଧ୍ୟାନ କରିବା କଥା । କିନ୍ତୁ ଏହା ନକରି ମନ ଇଛା ଫରେଷ୍ଟ ଡାଇଭର୍ଶନ କରିବାକୁ କେନ୍ଦ୍ର କୋଇଲା ମନ୍ତ୍ରାଳୟ ରାଜ୍ୟ ସରକାର କହିଥିବା ଅଭିଯୋଗ କରିଛି ଖଣି ପ୍ରଭାବିତ ପ୍ରଜା ସଂଘ ଓ ସିଟିଜିନସ ଆକ୍ସନ ଫୋରମ। ଏହି ଦୁଇ ସଂଗଠନ ଅଭିଯୋଗ ମୁତାବକ ଜଙ୍ଗଲ ବିଭାଗର ଆକଳନ ରେ ଏହି ପ୍ରକଳ୍ପ ପାଇଁ ଛେଣ୍ଡିପଦା ରିଜର୍ଭ ଫରେଷ୍ଟରୁ ଶାଳ ଶାଗୁଆନ ଓ ସୁନାରୀ ପ୍ରଭୃତି ଏକ ଲକ୍ଷ ୫ ହଜାର ବୃକ୍ଷ, ରାଜସ୍ଵ ଜଙ୍ଗଲରୁ ୧୦୮୭ ବୃକ୍ଷ ଓ ଅଣ ଜଙ୍ଗଲ ଜମିରୁ ୩୨୭ ବୃକ୍ଷ କଟା ଯିବ ।