ଅନୁଗୋଳ: ଜିଲ୍ଲାର ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଖଇରପାଲି ଗାଁର ଦିଲ୍ଲୀପ କୁମାର ସାହୁଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଦିଲ୍ଲୀପ ହଠାତ କୌଣସି କାରଣରୁ ବେହୋସ ହୋଇ ତଳେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ଆସିବାରେ ବିଳମ୍ବ କରିବା ସହ ଠିକରେ ଚିକିତ୍ସା ସୁବିଧା ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଡାକ୍ତରଖାନା ପରିସରରେ ସମ୍ପର୍କୀୟମାନେ ହୋ-ହାଲ୍ଲା କରିଥିଲେ। ଡାକ୍ତରଙ୍କ ଅବହେଳା ଦର୍ଶାଇ ଛେଣ୍ଡିପଦା ଥାନାରେ ଦିଲ୍ଲୀପଙ୍କ ଭାଇ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।
ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା - angul
ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ନେଇ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା । ଅଧିକ ପଢନ୍ତୁ...
![ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ଡାକ୍ତର ଅବହେଳାରୁ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା](https://etvbharatimages.akamaized.net/etvbharat/prod-images/768-512-7591461-757-7591461-1591982797697.jpg)
ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା
ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା
ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଛେଣ୍ଡିପଦା ତହସିଲଦାର ଛେଣ୍ଡିପଦା ଥାନା ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଘଟଣାର ତଦନ୍ତ ମୃତଦେହ ବ୍ୟବଚ୍ଛେଦ ଓ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Jun 13, 2020, 4:35 PM IST