ଅନୁଗୋଳ: ମହାନଦୀର ସାତକୋଶିଆ ଗଣ୍ଡରେ ଭାସୁଛି ମଲା କୁମ୍ଭୀର। କୁମ୍ଭୀରର ମୃତ୍ୟୁକୁ ନେଇ ସ୍ପଷ୍ଟ କରୁନାହିଁ ବନବିଭାଗ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ବିନିକେଇ ପାଖ ମହାନଦୀ ପାଣିରେ ଏକ କୁମ୍ଭୀର ମରି ଭାସୁଥିବାର ଦେଖିବାକୁ ମିଳିଛି। ତେବେ କୁମ୍ଭୀରଟିକୁ ଗଣ୍ଡରେ ପ୍ରଜନନ ପାଇଁ ଛଡ଼ାଯାଇଥିବା ଅନୁମାନ କରାଯାଉଛି ।
ଏହି କୁମ୍ଭୀରର ମୃତ୍ୟୁ ଆଠମଲ୍ଲିକ ସାତକୋଶିଆ ଗଣ୍ଡ ନିକଟରେ ଥିବା ରିଜର୍ଭ ଫରେଷ୍ଟ ଏରିଆରେ ମାଛମରା ଜାଲରେ ପଡିଥାଇ ପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିନାହିଁ । ତେବେ କୁମ୍ଭୀରକୁ ପାଣିରୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପରେ କୁମ୍ଭୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।