ଓଡିଶା

odisha

ETV Bharat / state

ଅନୁଗୋଳରେ ଅସମ୍ଭାଳ ଶୀତ, ଭାଙ୍ଗିଲା ରେକର୍ଡ

ସାରା ରାଜ୍ୟରେ ଶୀତ ଲହରୀ । ଜନଜୀବନକୁ କଲାଣି ଅସ୍ତବ୍ୟସ୍ତ । ଗତ ଦୁ୍ଇ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ହଠାତ ତାପମାତ୍ରା 8 ଡିଗ୍ରୀରୁ ଖସି 4ରେ ପହଞ୍ଚିଛି ।

By

Published : Dec 30, 2019, 10:01 AM IST

cold wave in Angul
ଜାଡ ଥରାଉଛି, ଅସ୍ତବ୍ୟସ୍ତ ଜୀବନ

ଅନୁଗୋଳ: ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା । ଜାଡରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିନକୁ ଦିନ ପାରଦ ଖସିବାରେ ଲାଗିଛି । ଗତ ଦୁ୍‌ଇ ଦିନ ମଧ୍ୟରେ ଅନୁଗୋଳ ଜିଲ୍ଲାରେ ହଠାତ ତାପମାତ୍ରା 8 ଡିଗ୍ରୀରୁ 4.6କୁ ଖସି ଆସିଛି । ଫଳରେ କାଠୁଆ ଶୀତ ଜିଲ୍ଲାବାସୀଙ୍କୁ କଲବଲ କରୁଛି । କେବଳ ମଣିଷ ନୁହେଁ, ପଶୁପକ୍ଷୀ ମଧ୍ୟ ବେଶ ପ୍ରଭାବିତ ହୋଇଛନ୍ତି ।

ସାରା ରାଜ୍ୟରେ ଏବେ ଜାରି ରହିଛି ଶୀତ ଲହରୀ । ଆଉ ଜାରି କରିଛି ଅଘୋଷିତ କର୍ଫ୍ୟୁ । ସନ୍ଧ୍ୟା ହେଲେ ରାସ୍ତାଘାଟ, ବଜାର ସବୁ ଶୂନଶାନ ହୋଇପଡୁଛି । ଶୀତରୁ ରକ୍ଷା ପାଇଁ କେତେକ ନିଆଁ ଜାଳି ପୁଇଁ ହେଉଥିବାର ଦେଖିବାକୁ ମଧ୍ୟ ମିଳୁଛି । ସବୁ ସମୟରେ ପାର୍କ ଓ ପଡିଆକୁ ମର୍ଣ୍ଣିଂ ୱାର୍କ ଓ ବ୍ୟାୟାମ ପାଇଁ ଆସୁଥିବା ଲୋକେ ଏବେ ଘରୁ ଆଉ ପାଦ କାଢୁନାହାଁନ୍ତି । ଆଉ ଦିନ ତମାମ ଲାଗି ରହିଛି କୋହଲା ପବନ । ବିଳମ୍ବରେ ହଠାତ ଶୀତ ଆସିଥିବାରୁ ଲୋକେ ନିଜକୁ ଖାପଖୁଆଇ ପାରୁ ନାହାଁନ୍ତି । ରାତ୍ରୀରେ ବସ ଯାତ୍ରା କରୁଥିବା ଯାତ୍ରୀ ହୁଅନ୍ତୁ ଅବା ରାତ୍ରୀ ଜଗୁଆଳୀଙ୍କୁ ଜାଡ ଆଣିଦେଇଛି କଷ୍ଟ ।

ଜାଡ ଥରାଉଛି, ଅସ୍ତବ୍ୟସ୍ତ ଜୀବନ

ସେପଟେ, ସକାଳ ହେଲେ ଚା ଦୋକାନରେ ଭିଡ଼ । ନିହାତି କାମ ନଥିଲେ କେହିବି ବାହାରକୁ ବାହାରୁ ନାହାଁନ୍ତି । ସହରରେ ଦିନ ମଜୁରିଆ ଓ ବାହାରେ କାମ କରି ବଞ୍ଚୁଥିବା ଲୋକଙ୍କ ପାଇଁ ଶୀତ ସମସ୍ୟା ଭାବେ ଛିଡା ହୋଇଛି । ଆଉ ନିରାଶ୍ରୟଙ୍କ ପାଇଁ ଅନ୍ୟର ଦୋକାନ ବରଣ୍ଡା ହୋଇଛି ଆଶ୍ରୟସ୍ଥଳୀ । ଖାଲି ମଣିଷ ନୁହେଁ ଗୋରୁଗାଈ ମଧ୍ୟ ଶୀତରୁ ରକ୍ଷା ପାଇବା ପାଇଁ ମଧ୍ୟ ଦୋକାନ ବାରଣ୍ଡାରେ ଶୋଇରହିଛନ୍ତି । କେହି କେହି ଶୀତକୁ ଆଦରି ନେଉଥିବାବେଳେ କେହି କେହି ଶୀତ ସହ୍ୟ କରି ପାରୁନାହାଁନ୍ତି ।

ଚଳିତ ବର୍ଷ ଜିଲ୍ଲାରେ ଶୀତର ପ୍ରକୋପ ରେକର୍ଡ ଭାଙ୍ଗିଛି । ଆଗକୁ ତାପମାତ୍ରା ଆହୁରି 3/4 ଦିନ ଶୀତର ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହାକୁ ନେଇ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି ଲୋକେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details