ଓଡିଶା

odisha

ETV Bharat / state

ମହାନଦୀ ପାଇଁ କଟକରୁ ସାଇକେଲରେ ଦିଲ୍ଲୀ ଯାତ୍ରା - ଦିଲ୍ଲୀ ଯାତ୍ରା

ମହାନଦୀ ବିବାଦ ତୁଟିବାର ନାଁ ଧରୁନି । ଓଡିଶା ଓ ପଡୋଶୀ ଛତିଶଗଡ ମଧ୍ୟରେ ବିବାଦ ଲାଗି ରହିଛି । ଆଉ ମହାନଦୀକୁ ତାର ହକ୍ ଫେରାଇ ଦେବା ପାଇଁ କଟକରୁ 2 ଛାତ୍ର ସାଇକେଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ସେମାନେ ଅନୁଗୋଳରେ ପହଞ୍ଚିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jul 3, 2019, 7:55 PM IST

ଅନୁଗୋଳ: ତୁଟୁନି ମହାନଦୀ ଜଳ ବିବାଦ । ଓଡ଼ିଶାର ଲାଇଫ ଲାଇନକୁ ମିଳିନି ତାର ଅଧିକାର । ନିର୍ବାଚନ ସରିଗଲା ପରେ ଏବେ ମହାନଦୀ ପାଇଁ କାନ୍ଦୁଥିବା ଶାସକ ଓ ବିରୋଧୀ ଚୁପ୍‌ । ମାମଲା ବିଚାର ପାଇଁ ଗଢା ଯାଇଛି ଟ୍ରିବ୍ୟୁନାଲ । କିନ୍ତୁ ବିଚାର ପ୍ରକ୍ରିୟାରେ ଦିନ ଗଡୁଛି ସିନା ମହାନଦୀ ତାର ଜଳ ଫେରି ପାଉନି । ଏଭଳି ସ୍ଥିତିରେ ମହାନଦୀକୁ ତାର ହକ୍‌ ଦେବା ପାଇଁ କଟକରୁ ସାଇକେଲରେ ଦିଲ୍ଲୀ ଯାତ୍ରା କରିଛନ୍ତି ଦୁଇ କଲେଜ ଛାତ୍ର । ଆଜି ଏହି ଛାତ୍ର ମାନେ ଅନୁଗୋଳରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଶୁଖିଲା ମହାନଦୀ କିଭଳି ତାର ପୂର୍ବ ସ୍ଥିତି ଫେରିପାଇବ ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିବାକୁ ଏହି ଦୁଇ ଛାତ୍ର ଦିଲ୍ଲୀ ଯାଉଛନ୍ତି । ଏମାନେ ହେଲେ କୃଷ୍ଣକାନ୍ତ ଷଡଙ୍ଗୀ ଓ ଶୁଭ୍ରଜିତ ବାରିକ । କଟକ ମହଙ୍ଗା ଅଞ୍ଚଳର କୃଷ୍ଣକାନ୍ତ ଜଣେ ବିଟେକ ଛାତ୍ର ହୋଇ ଥିବାବେଳେ ଶୁଭ୍ରଜିତ ଜଣେ ଯୁକ୍ତ ତିନି ବିଜ୍ଞାନର ଛାତ୍ର । ଘର କେଉଁଝର ଜିଲ୍ଲାରେ । ଜୁଲାଇ ଏକ ତାରିଖରୁ ଉଭୟେ ମହାନଦୀ ପାଇଁ 35 ଦିନ ବ୍ୟାପି ସାଇକେଲ ଯାତ୍ରା କରି ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରୟାସ କରିଛନ୍ତି ।
ଆଜି ଏମାନେ ଅନୁଗୋଳରେ ପହଞ୍ଚି ଥିଲେ । ଦିନକୁ ପାଖାପାଖି 40 ରୁ 50 କିଲୋମିଟର ସେମାନେ ଅତିକ୍ରମ କରୁଥିବା କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details