ଅନୁଗୋଳ:କୋଭିଡ ଟିକା ପାଇଁ ଆସି ଅନୁଗୋଳ ଷ୍ଟାଡିୟମରେ ଏକାଠି ହେଲେ ହଜାର ହାଜର ଲୋକେ । ଯାହାକୁ ଦେଖିଲେ ଲାଗୁଛି ସଞ୍ଜିବନୀ ପାଇଁ ଆସି ସଂକ୍ରମଣ ଘରକୁ ନେଇ ଯାଉଛନ୍ତି । ଜିଲ୍ଲାରେ କୋଭିଡ ସଂକ୍ରମଣ ବୃଦ୍ଧି ଚିନ୍ତାଜନକ ସ୍ଥିତିରେ ଥିବାବେଳେ ଚାରିଦିନ ହେବ ଜିଲ୍ଲାରୁ 800 ରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି ।
କୋଭିଡ କଟକଣା କଡାକଡି କରାଯାଉଥିଲେ ବି ଅନୁଗୋଳ ପୋୖରାଞ୍ଚଳରେ ଖୋଦ ପୌର ପ୍ରାଶାସନ ଏହି କଟକଣାକୁ ବେଖାତିର କରି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି । ଜୀବନ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିବା ପ୍ରୟାସ ଯେଭଳି ଲୋକଙ୍କୁ ମରଣ ମୁହଁକୁ ଠେଲି ଦେବା ପରି ମନେହେଉଛି । କୋଭିଡ ଟିକା ନେବା ପାଇଁ ଲୋକଙ୍କୁ ଡାକି ଅଯଥା ଭିଡ଼ କରାଯାଇଛି । ଯେଉଁ ଭିଡ଼ କୌଣସି ପୂଜା ସମୟର ଭିଡ଼ ଠାରୁ କମ ନାହିଁ । ହଜାର ହଜାର ଲୋକେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ହେଉଥିବା ମେଗା ଟୀକାକରଣ କ୍ୟାମ୍ପକୁ ଆସି ଥିବାବେଳେ ଗେଟ୍ ସମ୍ମୁଖରେ ଭିଡ଼ ଜମାଇଥିଲେ ।