ଓଡିଶା

odisha

ETV Bharat / state

30 ବର୍ଷ ପରେ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର - ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର

ମହାନଦୀ ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଏନେଇ ବିଭାଗ ପକ୍ଷରୁ ଫଟୋ ଓ ଭିଡିଓ ଜାରି କରାଯାଇଛି। ଅଧିକ ପଢନ୍ତୁ...

ଦୀର୍ଘ ବର୍ଷ ପରେ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର
ଦୀର୍ଘ ବର୍ଷ ପରେ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର

By

Published : May 23, 2021, 9:24 PM IST

ଅନୁଗୋଳ: ଇତିହାସ ରଚିଛି ଅନୁଗୋଳ ଜିଲ୍ଲାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ । ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ ।

ଦୀର୍ଘ ବର୍ଷ ପରେ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର

ମହାନଦୀର ପ୍ରକୃତିର ଆବସ ସ୍ଥଳରେ ଜନ୍ମ ନେଇଛନ୍ତି ଘଡ଼ିଆଳ କୁମ୍ଭୀର । ମହାନଦୀ ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଏନେଇ ବିଭାଗ ପକ୍ଷରୁ ଫଟୋ ଓ ଭିଡିଓ ଜାରି କରାଯାଇଛି।

ଦୀର୍ଘ ବର୍ଷ ପରେ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର

ସୂଚନା ଅନୁସାରେ ସାତକୋଶିଆର ଟିକରପଡା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କୁ ବନବିଭାଗ ଠାବ କରିଥିଲା ।

ଦୀର୍ଘ ବର୍ଷ ପରେ ସାତକୋଶିଆ ଗଣ୍ଡରେ ଜନ୍ମ ନେଲେ ଘଡ଼ିଆଳ କୁମ୍ଭୀର

ଯେଉଁଥିରେ ପ୍ରାୟ ୨୮ ଟି ଘଡ଼ିଆଳ ଛୁଆ ଥିବା ଜଣା ପଡିଛି । ଏହି ସବୁ ସାବକ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇଥିବା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି ।

ତାଙ୍କ କହିବା କଥା ସାତକୋଶିଆ ପାଇଁ ଏହା ନିଶ୍ଚିତ ପକ୍ଷେ ଏକ ଏକ ଶୁଭ ସଙ୍କେତ । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା ।

ହେଲେ ପୁଣି ଥରେ ସାତକୋଶିଆ ତାର ପୂର୍ବ ପରିଚୟ ଫେରି ଆସିଛି । ବର୍ତ୍ତମାନ ଏହି ଘଡିଆଳ ଶାବକ ମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏବେ ସ୍ବତନ୍ତ୍ର ଦେଖା ଶୁଣା କରାଯିବ ବୋଲି କରାଟେ କହିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details