ଅନୁଗୋଳ:ସହର ପାଖ ଗାଁରେ ବଢ଼ୁଛି କୋରୋନା ସଂକ୍ରମଣ । ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି ସଂକ୍ରମଣର ଗ୍ରାଫ । ଯାହାକୁ ନେଇ ବଢ଼ୁଛି ଚିନ୍ତା । ଏନେଇ ପଞ୍ଚାୟତକୁ 4 ଦିନିଆ ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ।
ଅନୁଗୋଳ ଜିଲ୍ଲାର ବଅଁରପାଳ ବ୍ଲକର ଜରସିଂହା ପଞ୍ଚାୟତ ଆଜି ଠାରୁ ଆସନ୍ତା ଶନିବାର ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି। ପଞ୍ଚାୟତରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। କିଛି ଦିନ ହେଲା ଦୈନିକ ୧୫ ରୁ ଉର୍ଦ୍ଧ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୋଟିଏ ସପ୍ତାହରେ ୧୩୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅଧିକ ପରୀକ୍ଷା କଲେ ଆହୁରି ଅଧିକ ସଂକ୍ରମିତ ଚିହ୍ନଟ ହେବାର ଆଶଙ୍କା କରାଯାଉଛି। ଏହି ପଞ୍ଚାୟତଟି ଅନୁଗୋଳ ସହରକୁ ଲାଗିଛି। ଏହା ଗୋଟିଏ ଗାଁ ଗୋଟିଏ ପଞ୍ଚାୟତ। ଏଠାରେ ୧୦ ହଜାରରୁ ଅଧିକ ଲୋକ ବସ ବାସ କରନ୍ତି। ତେଣୁ ଗୋଷ୍ଠୀ ସଂକ୍ରମଣ ଭୟ ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ପ୍ରଶାସନର ଅନୁମତି ନେଇ ସଟଡାଉନ ଘୋଷଣା କରିଛନ୍ତି। ପଞ୍ଚାୟତର ସବୁ ଦୋକାନ ବଜାର ବନ୍ଦ ରହିଛି। କାମ ନଥିଲେ ଲୋକେ ଘରୁ ନବହାରିବାକୁ ମାଇକ ଯୋଗେ ଲୋକଙ୍କୁ ସୂଚନା ଦିଆଯାଇଛି।