ଅନୁଗୋଳ: କୋରୋନା ମୁକାବିଲା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ସବୁ ପ୍ରକାର ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ଥିବା 8ଟି ବ୍ଲକରେ ପ୍ରାୟ ୯ ହଜାର ୪୦୦ ଟି କ୍ଵାରେଣ୍ଟାଇନ ବେଡ଼ ପକାଇବାକୁ ନିଷ୍ପତ୍ତି ହୋଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ସ୍ଥାନରେ 3022ଟି ବେଡ଼ ପକାଯାଇଛି ।
ଅନୁଗୋଳରେ ଖୋଲିଲା 180 ଶଯ୍ୟା ବିଶିଷ୍ଟ କୋଭିଡ-19 ହସ୍ପିଟାଲ - କୋରୋନା ପାଇଁ ପ୍ରସ୍ତୁତ ଅନୁଗୋଳ ପ୍ରଶାସନ
କୋରୋନା ପାଇଁ ପ୍ରସ୍ତୁତ ଅନୁଗୋଳ ପ୍ରଶାସନ । ଜିଲ୍ଲାରେ ୧୮୦ ଶଯ୍ୟା ବିଶିଷ୍ଠ ଖୋଲାଗଲା ଅସ୍ଥାୟୀ କୋଭିଡ 19 ହସ୍ପିଟାଲ। ଅଧିକ ପଢନ୍ତୁ...
ଅନୁଗୋଳରେ ୧୮୦ ଶଯ୍ୟା ବିଶିଷ୍ଠ ଖୋଲାଗଲା କୋଭିଡ19 ହସ୍ପିଟାଲ
ଅନୁଗୋଳ ସହରରେ ଆବଶ୍ୟକତା ଦୃଷ୍ଟିରୁ 180 ବେଡ଼ ବିଶିଷ୍ଟ ଏକ ଅସ୍ଥାୟୀ ହସ୍ପିଟାଲ କରାଯାଇଛି । ସେଠାରେ ବିଦ୍ୟୁତ ବ୍ୟବସ୍ଥା, ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା ହୋଇଛି । ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ସେଠାରେ ଆବଶ୍ୟକ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ନିଯୁକ୍ତି କରାଯିବା ପାଇଁ ସ୍ଥିର ହୋଇଛି । ଏନେଇ,ଅନୁଗୋଳ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ