ଅନୁଗୋଳ : କୋରନା ଭୟ । ନିଜ ଆଡୁ ନିଜେ ସଚେତନ ହେଲେ ବ୍ୟବସାୟୀ । ବିନା ସରକାରୀ ଘୋଷଣାରେ ଅନୁଗୋଳରେ ଜାରି ହେଲା କଟକଣା ।
ଜିଲ୍ଲାରେ ବଢୁଥିବା କୋରୋନା ସଂକ୍ରମଣକୁ ରୋକିବା ପାଇଁ ନିଜ ଆଡୁ ନିଜେ ସଚେତନ ହୋଇଛନ୍ତି ଅନୁଗୋଳ ସହରର ବ୍ୟବସାୟୀ ଓ ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା । ବନ୍ଦ ପାଇଁ କୌଣସି ସରକାରୀ କଟକଣା ନଥିବା ବେଳେ ନିଜ ଆଡୁ ନିଜେ ବଜାର ବନ୍ଦ କରିଛନ୍ତି ବ୍ୟବସାୟୀ । ବୁଧବାରଠାରୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଦୋକାନ ବଜାର ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ସହରରେ ଉପର ବେଳା ବିନା ସରକାରୀ ଘୋଷଣା ନାମରେ ଅଘୋଷିତ କର୍ଫ୍ୟୁ ଜାରୀ ହୋଇଛି ।