ଅନୁଗୋଳ:ଜିଲ୍ଲାରେ ଆଜି(ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ମେଗା ଟୀକାକରଣ ଅଭିଯାନ ।କୋଭିଡ ଟୀକାକରଣକୁ ବ୍ୟାପକ କରିବା ପାଇଁ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । କିଭଳି ସବୁ ଲୋକ ଶୃଙ୍ଖଳିତ ଭାବେ ଟିକା ନେଇପାରିବେ ସେଥିପାଇଁ କ୍ୟାମ୍ପ ମୋଡ଼ରେ ଟିକାକାରଣ ଆରମ୍ଭ ହୋଇଛି ।
ଏଥିପାଇଁ ପ୍ରଶାସନ ତରଫରୁ ଷ୍ଟାଡିୟମ ପଡିଆରେ ବିରାଟ ଆୟୋଜନ ହୋଇଛି । ପ୍ରାୟ ୩ ହଜାର ଲୋକ ବସିପାରିବା କ୍ଷମତା ବିଶିଷ୍ଟ ଏକ ସୁବ୍ୟବସ୍ଥିତ ତମ୍ବୁ କରାଯାଇଛି । ତମ୍ବୁ ଭିତରେ ପାନୀୟ ଜଳ, ଫ୍ୟାନ, ଚୌକି ଆଦିର ବ୍ୟବସ୍ଥା କରାଯାଇଛି ଏବଂ ଏଥିପାଇଁ ୮ଟି କ୍ୟାବିନ ବ୍ୟବସ୍ଥା କରାଯାଇଛି । ତେଣୁ ଲୋକେ ସୁବିଧାରେ ଟୀକା ନେଇପାରୁଛନ୍ତି ।