ଅନୁଗୋଳ : ଜିଲ୍ଲାରେ ଆଜି (ବୁଧବାର) କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଅଙ୍କ ଛୁଇଁଲା । ବୁଧବାର ମୋଟ ୧୦୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪ହଜାର ୭୮୬ରେ ପହଞ୍ଚିଛି । ତୃତୀୟ ଲହରର ପ୍ରଭାବ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ୫ଦିନର ସଂଖ୍ୟା ଦେଖିଲେ ଏହା ସ୍ପଷ୍ଟ ଜଣାପଡୁଛି । କାରଣ ଗତ ୮ ଓ ୯ ତାରିଖ ୫୫ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ବଢୁଛି ସଂକ୍ରମଣ: ସଚେତନତା, ହସ୍ପିଟାଲ ସୁବିଧା ଯୋଗାଇବା ପାଇଁ ପ୍ରଶାସନ ପ୍ରସ୍ତୁତ - ଅନୁଗୋଳ ଖବର
ଅନୁଗୋଳ ଜିଲ୍ଲାରେ ଆଜି (ବୁଧବାର) କୋରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଅଙ୍କ ଛୁଇଁଲା । ବୁଧବାର ମୋଟ ୧୦୭ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଅଧିକ ପଢନ୍ତୁ
୧୦ ତାରିଖ ୬୯, ୧୧ ତାରିଖ ୮୩ ଓ ୧୨ ତାରିଖ ୧୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେଣୁ ସଂକ୍ରମଣ ବଢୁଥିବା ଜଣାପଡୁଛି। ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବନ୍ଦ ହୋଇ ଯାଇଥିବା ଚରୋଟି ଯାକ କୋଭିଡ କେୟାର ସେଣ୍ଟର ଓ ହସ୍ପିଟାଲକୁ କାର୍ଯ୍ୟକ୍ଷମ କରିବାକୁ ପଦକ୍ଷେପ ନିଆଯାଇଛି । ଟେଷ୍ଟିଂକୁ ଅଧିକ ବଢ଼ାଇ ଦିଆଯାଇଛି । ପଞ୍ଚାୟତ ସ୍ତରରେ ଓମିକ୍ରନର ଭୟାବହତା ସମ୍ପର୍କରେ ସଚେତନ କରାଯାଉଛି । ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନେଇ କଟକଣା ଆହୁରି କଡାକଡି କରିବାକୁ ସାଧାରଣରେ ଦାବି ହେଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ