ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ବଢିବା ଆରମ୍ଭ କରିଛି କୋରୋନା ସଂକ୍ରମଣ । ଜିଲ୍ଲାର ଗୋଟିଏ ଗାଁରେ ଏକକାଳୀନ ୨୪ ଜଣ ପଜିଟିଭ ଚିହ୍ନଟ ଏବେ ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ବଢାଇ ଦେଇଛି । ଜିଲ୍ଲାର ପାଲଲହଡ଼ା ବ୍ଲକ ଠାରୁ ମାତ୍ର ୨ କିମି ଦୂରରେ ଥିବା ଇଶ୍ୱରାନଗର ପଞ୍ଚାୟତର ବଡ଼ଝାର ଗାଁରେ ୨୪ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସାଧାରଣ ଲୋକଙ୍କ ମନରେ ଛନକା ପସିଯାଇଛି ।
ପ୍ରଶାସନ ପକ୍ଷରୁ ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ହେଇଛି । ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସୂଚନା ଅନୁସାରେ ଗତ ୨୩ ତାରିଖରେ ବଡ଼ଝାର ଗାଁରେ ୨ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କୁ ସଙ୍ଗରୋଧରେ ରଖାଯାଇଥିଲା । ଏହି ସଂଖ୍ୟା ଏବେ ୨୬କୁ ବୃଦ୍ଧି ପାଇଛି ।