ଓଡିଶା

odisha

ETV Bharat / state

ବେଲଗାମ କୋରୋନା, ଆଜି ଅନୁଗୋଳରେ ୨୦୪ ପଜେଟିଭ ଚିହ୍ନଟ - covid 19 cases in angul

ଅନୁଗୋଳରେ ଭୟ ବଢାଉଛି କୋରୋନା । ଶନିବାର ଜିଲ୍ଲାରେ 204 ପଜିଟିଭ ମାମଲା ଚିହ୍ନଟ । ଅଧିକ ପଢନ୍ତୁ..

ବେଲଗାମ କୋରୋନା, ଆଜି ଅନୁଗୋଳରେ ୨୦୪ ପଜେଟିଭ ଚିହ୍ନଟ
ବେଲଗାମ କୋରୋନା, ଆଜି ଅନୁଗୋଳରେ ୨୦୪ ପଜେଟିଭ ଚିହ୍ନଟ

By

Published : Oct 17, 2020, 9:59 PM IST

ଅନୁଗୋଳ: ଜିଲ୍ଲାରେ ନିୟନ୍ତ୍ରଣକୁ ଆସୁନି କୋରୋନା ସ୍ଥିତି । ଶନିବାର ପୁଣି ଜିଲ୍ଲାରୁ ଗୋଟିଏ ଦିନରେ ୨୦୪ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜିଲ୍ଲା ବାହାରର ୪ ଜଣ ଆକ୍ରାନ୍ତ ରହିଛନ୍ତି । ଏଥିସହ ଜିଲ୍ଲା ବାହାରର ଆକ୍ରାନ୍ତ ସଂଖ୍ୟା ୧୧୮ରେ ପହଞ୍ଚିଛି ।

ବେଲଗାମ କୋରୋନା, ଆଜି ଅନୁଗୋଳରେ ୨୦୪ ପଜେଟିଭ ଚିହ୍ନଟ

ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୩୨୪ ପହଞ୍ଚି ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି । ଜିଲ୍ଲା ମଧ୍ୟରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଳକ୍ ଅଞ୍ଚଳରୁ ସର୍ବାଧିକ ୬୦ ଜଣ ( ୪୬ ଜଣ ପୁରୁଷ ଓ ୧୪ ଜଣ ମହିଳା ), ଅନୁଗୋଳ ପୌରାଞ୍ଚଳରୁ ୩୬ ଜଣ ( ୨୬ ଜଣ ପୁରୁଷ ଓ ୧୦ ଜଣ ମହିଳା ), କଣିହାଁ ବ୍ଳକ୍ ଅଞ୍ଚଳରୁ ୨୫ ଜଣ ( ୧୯ ଜଣ ପୁରୁଷ ଓ ୬ ଜଣ ମହିଳା ), ଅନୁଗୋଳ ବ୍ଳକ୍ ଅଞ୍ଚଳରୁ ୨୩ ଜଣ ( ୧୪ଜଣ ପୁରୁଷ ଓ ୯ଜଣ ମହିଳା ), ତାଳଚେର ବ୍ଲକ୍ ଅଞ୍ଚଳରୁ ୧୫ ଜଣ (୬ଜଣ ପୁରୁଷ ଓ ୯ ଜଣ ମହିଳା), ଛେଣ୍ଡିପଦା ବ୍ଳକ୍ ଅଞ୍ଚଳରୁ ୧୩ ଜଣ ( ୧୧ ଜଣ ପୁରୁଷ ଓ ୨ ଜଣ ମହିଳା ) , ପାଲଲହଡା ବ୍ଳକ୍ ଅଞ୍ଚଳରୁ ୧୦ ଜଣ ( ୮ଜଣ ପୁରୁଷ ଓ ୨ଜଣ ମହିଳା ) , ତାଳଚେର ପୌରାଞ୍ଚଳରୁ ୯ ଜଣ ( ୮ ଜଣ ପୁରୁଷ ଓ ୧ଜଣ ମହିଳା ) , ଆଠମଲ୍ଲିକ ବ୍ଲକ୍ ଅଞ୍ଚଳରୁ ୫ ଜଣ ( ୪ଜଣ ପୁରୁଷ ଓ ୧ ଜଣ ମହିଳା ), କିଶୋରନଗର ବ୍ଲକ ଅଞ୍ଚଳରୁ ୩ ଜଣ ( ୨ଜଣ ପୁରୁଷ ଓ ୧ ଜଣ ମହିଳା) ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ( ୨ଜଣ ପୁରୁଷ) ଅଛନ୍ତି ।

ସମସ୍ତେ ଅନ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାର ଜଣାପଡିଛି । ସେପଟେ ଜିଲ୍ଲାରୁ ୧୭୧ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ କୋଭିଡ ହସପିଟାଲରୁ, ୪ ଜଣ କୋଭିଡ କେୟାର ସେଣ୍ଟରରୁ ୧୫୮ ଜଣ ହୋମ ଆଇସୋଲେସନରୁ ସୁସ୍ଥ ହୋଇଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details