ଓଡିଶା

odisha

ETV Bharat / state

ମୃତ-ଅକ୍ଷମ ବ୍ୟକ୍ତିଙ୍କ ନାଁରେ ଜବକାର୍ଡ କରି ହରିଲୁଟ ଅଭିଯୋଗ - ସରାକରୀ ଅର୍ଥ ଲୁଟ

ବାଟବଣା ହେଉଛି ସରକାରୀ ଅର୍ଥ । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । କାମ ନ ହୋଇ ମଧ୍ୟ ଫର୍ଜି ବିଲ୍ ଜରିଆରେ ଏବଂ ମୃତ ଓ ଅନ୍ୟତ୍ର କାମ କରୁଥିବା ବ୍ୟକ୍ତିଙ୍କ ନାମରେ ଜବ କାର୍ଡ କରାଯାଇ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ....

ମୃତ-ଅକ୍ଷମ ବ୍ୟକ୍ତି ନାଁରେ ଜବ କାର୍ଡ କରି ଅର୍ଥ ହରିଲୁଟ ଅଭିଯୋଗ
ମୃତ-ଅକ୍ଷମ ବ୍ୟକ୍ତି ନାଁରେ ଜବ କାର୍ଡ କରି ଅର୍ଥ ହରିଲୁଟ ଅଭିଯୋଗ

By

Published : Oct 21, 2021, 1:19 PM IST

ଅନୁଗୋଳ:ପଞ୍ଚାୟତ ସ୍ତରରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ । ଗାଁରେ ବିଭିନ୍ନ କାମରେ କାମ ନ ହୋଇ ଫର୍ଜି ବିଲ୍ କରାଯାଇଥିବା ଏବଂ ମୃତ ଓ ଅନ୍ୟତ୍ର କାମ କରୁଥିବା ବ୍ୟକ୍ତିଙ୍କ ନାମରେ ଜବ କାର୍ଡ କରାଯାଇ ଅର୍ଥ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫଳସୂରୁପ ସରକାରଙ୍କ ଯୋଜନାର ସୁଫଳ ପାଇ ପାରୁନାହାନ୍ତି ଗରିବ ଲୋକେ । ଅନୁଗୋଳ ଜିଲ୍ଲାର କୁକୁଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ରାଜନୀପାଳ ଗାଁରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ପଞ୍ଚାୟତ ବାସିନ୍ଦା ।

ମୃତ-ଅକ୍ଷମ ବ୍ୟକ୍ତି ନାଁରେ ଜବ କାର୍ଡ କରି ଅର୍ଥ ହରିଲୁଟ ଅଭିଯୋଗ
ଅଭିଯୋଗ ଅନୁୟାୟୀ, ଗ୍ରାମର ବିଜୟ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ବାପା ତିନି ବର୍ଷ ତଳୁ ଆଖି ବୁଜି ସାରିଥିବାବେଳେ ବେଳେ ମାଆଙ୍କ ବୟସ ମଧ୍ୟ ହୋଇଗଲାଣି । ତଥାପି ତାଙ୍କ ନାଁରେ ହୋଇଛି ଜବ କାର୍ଡ । କେବଳ ବିଜୟ ବାପା ମାଆଙ୍କ ନାଁରେ ଜବ କାର୍ଡ ହୋଇନି ବରଂ ଏଭଳି ଅନେକ ମୃତ ଓ କାର୍ଯ୍ୟ କରିବା ପାଇଁ ଅକ୍ଷମ ଲୋକଙ୍କ ନାଁରେ ଜବ କାର୍ଡ କରାଯାଇଛି । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଏଭଳି ବହୁ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି ।


ଗ୍ରାମାଞ୍ଚଳରେ ଲୋକଙ୍କୁ କର୍ମ ନିଯୁକ୍ତି ଯୋଗାଇ ଦେବା ଏବଂ ଗାଁ ଗହଳିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ଲକ୍ଷ୍ୟରେ ସରକାର ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ ପଞ୍ଚାୟତ ସ୍ତରରେ ବ୍ୟାପକ ଅନିୟମିତତା ଏବଂ ଦୁର୍ନୀତି ଯୋଗୁଁ ସରକାରଙ୍କ ଯୋଜନାର ସଫଳ ରୂପାୟନ ହେଉନାହିଁ । କୁକୁଡାଙ୍ଗ ପଞ୍ଚାୟତର ରାଜନୀପାଳ ଗାଁରେ ହୋଇଥିବା ଅନିୟମିତତା ଏହାର ଉଦାହରଣ । ଗାଁ ଲୋକଙ୍କ ଅଭିଯୋଗ ମୁତବକ, ୨୦୨୦-୨୧ ଆର୍ଥିକ ବର୍ଷରେ ରଜନୀପାଳ ଗାଁରେ ଦୁଇଟି ରାସ୍ତା, ଜମି ସମତୁଲ, ସ୍କୁଲ ପରିସର ସମତୁଲ, ପାଚେରୀ ଓ ଡ୍ରେନ ନିର୍ମାଣ ଆଦି କାମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ ହୋଇଥିବା କାମ ନିମ୍ନମାନର ବୋଲି ଲୋକେ ଅଭିଯୋଗ କରିଛନ୍ତି । ଯାହାର ସମସ୍ତ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ନିଜ ଅଧୀନରେ ରଖିଛନ୍ତି ଗ୍ରାମବାସୀ ।

ସେପଟେ ପଞ୍ଚାୟତରେ ହୋଇଥିବା ଅନିୟମିତତାକୁ ସ୍ଥାନୀୟ ସରପଞ୍ଚ ଅସ୍ବୀକାର କରିବା ସହ ସବୁ କିଛି ଠିକ ଅଛି । କେବଳ ଲୋକେ ମିଛରେ ଏଭଳି ଅଭିଯୋଗ କରିଛନ୍ତି ବୋଲି କହି ସଫେଇ ଦେଇଛନ୍ତି । ଗ୍ରାମବାସୀଙ୍କ ସୁବିଧା ପାଇଁ ଆସିଥିବା ସରକାରୀ ଅନୁଦାନର ଏଭଳି ବାଟମାରଣା କରିଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details