ଓଡିଶା

odisha

ETV Bharat / state

ଦୁର୍ନୀତିଖୋର ଫରେଷ୍ଟ ରେଞ୍ଜରଙ୍କୁ 3ବର୍ଷ ଜେଲଦଣ୍ଡ - ଅନୁଗୋଳ

୧୯୯୯ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଫରେଷ୍ଟ ରେଞ୍ଜର ଅନୁଗୋଳ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

By

Published : May 13, 2019, 1:57 PM IST

ଅନୁଗୋଳ: ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଦୁର୍ନୀତିଖୋର ଅଫିସର । ୧୯୯୯ ମସିହାରେ ଲାଞ୍ଚ ନେଇ ଧରା ପଡିଥିବା ଫରେଷ୍ଟ ରେଞ୍ଜର ଅନୁଗୋଳ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି । ଦଣ୍ଡିତ ହୋଇଥିବା ଫରେଷ୍ଟ ରେଞ୍ଜର ହେଲେ ହେମନ୍ତ କୁମାର ପଣ୍ଡା ।

ଏବେ ସେ ବନ ବିଭାଗର ଅନୁଗୋଳ ୱାରକିଂ ପ୍ଲାନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ମାତ୍ର ଅନୁଗୋଳ ବନଖଣ୍ଡ ଦୁର୍ଗାପୁରରେ ରେଞ୍ଜ ଅଫିସର ଭାବେ କାର୍ଯ୍ୟ କରୁଥିବା ସମୟରେ ସେ ଏକ ବନ ସୁରକ୍ଷା ସମିତି ପଞ୍ଜିକୃତ କରାଇବା ପାଇଁ ସେତେବେଳେ ୩ ହଜାର ଟଙ୍କା ଲାଞ୍ଚ ନେଇଥିଲେ । ଆଉ ଏହି ସମୟରେ ସମ୍ବଲପୁର ଭିଜିଲାନ୍ସ ଅଫିସରଙ୍କ ଦ୍ଵାରା ଗିରଫ ହୋଇଥିଲେ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଅନୁଗୋଳ

ଭିଜିଲାନ୍ସ ସେସନ ଜଜ ରୂପଶ୍ରୀ ଚୌଧୁରୀ ଏହି ମାମଲାର ବିଚାର କରି ଦୁଇଟି ସେକ୍ସନରେ 3 ବର୍ଷ ଓ ଦୁଇ ବର୍ଷ ଜେଲଦଣ୍ଡ ସହ 5ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଦଣ୍ଡରେ ଶୁଣାଇଛନ୍ତି । ଅନୁଗୋଳରେ ଭିଜିଲାନ୍ସ କୋର୍ଟ ଆରମ୍ଭ ହେବା ପରେ ବିଚାର କରାଯାଇଥିବା ଏହା ପ୍ରଥମ ମାମଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details