ଓଡିଶା

odisha

ETV Bharat / state

ଡରାଉଛି କୋରୋନା: ଅନୁଗୋଳରେ କୀଟାଣୁ ନାଶକ ଔଷଧ ସିଞ୍ଚନ - ଅନୁଗୋଳରେ ନିଜାମୁଦ୍ଦିନ ଲିଙ୍କ

ଆଜିଠାରୁ(ଶନିବାର) ଦମକଳ ବାହିନୀ ଜିଲ୍ଲାର ସମସ୍ତ ଡାକ୍ତରଖାନା, ଜିଲ୍ଲା କାର୍ଯ୍ୟାଳୟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଜନ ଗହଳିପୂର୍ଣ ସ୍ଥାନ ମାନଙ୍କରେ କୀଟାଣୁ ନାଶକ ଔଷଧ ସିଞ୍ଚନ କରାଯାଉଛି ।

Spray pesticides in Anugul
ଅନୁଗୋଳରେ କୀଟାଣୁ ନାଶକ ଔଷଧ ସିଞ୍ଚନ

By

Published : Apr 4, 2020, 2:21 PM IST

ଅନୁଗୋଳ: ପ୍ରଶାସନର କଡା ପଦକ୍ଷେପ ଓ ଦୃଢ କଟକଣା ସତ୍ତ୍ବେ ମଧ୍ୟ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 20 ପହଞ୍ଚିଲାଣି । ଯାହାକୁ ଦୃଷ୍ଟିରେ ରଖି ଅନୁଗୋଳରେ ଆରମ୍ଭ ହୋଇଛି ସାନିଟାଇଜ ବ୍ୟବସ୍ଥା। ଆଜିଠାରୁ(ଶନିବାର) ଦମକଳ ବାହିନୀ ଜିଲ୍ଲାର ସମସ୍ତ ଡାକ୍ତରଖାନା, ଜିଲ୍ଲା କାର୍ଯ୍ୟାଳୟ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ଜନ ଗହଳିପୂର୍ଣ ସ୍ଥାନ ମାନଙ୍କରେ କୀଟାଣୁନାଶକ ଔଷଧ ସିଞ୍ଚନ କରାଯାଉଛି ।

ଅନୁଗୋଳରେ କୀଟାଣୁ ନାଶକ ଔଷଧ ସିଞ୍ଚନ

ଆଗାମୀ 3ରୁ 4ଦିନ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣାପଡିଛି। ସାନିଟାଇଜେସନ କାର୍ଯ୍ୟକ୍ରମ ପ୍ରକ୍ରିୟାକୁ ପ୍ରଶାସନିକ ଅଧିକାରୀମାନେ ତଦାରଖ କରୁଛନ୍ତି। ଅଗ୍ନିଶମ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ଆସି ମଧ୍ୟ ଏହାର ଯାଞ୍ଚ କରୁଛନ୍ତି।

ଅନୁଗୋଳରେ ନିଜାମୁଦ୍ଦିନ ଲିଙ୍କ ଜଣାପଡିବା ପରେ ୩୨ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଯିବା ପରେ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଯାହାକୁ ଦେଖି ପ୍ରଶାସନ ପକ୍ଷରୁ ଏବେ କଠୋର ପଦକ୍ଷେପ ଗ୍ରହଣ କରୁଛି ।

କୋରୋନାର ମୁକାବିଲା ପାଇଁ ସବୁ ସ୍ତରରେ ଚାଲିଛି ପ୍ରଚେଷ୍ଟା । ସରକାର ଲକଡାଉନ ଘୋଷଣା କରିବା ଦିନଠାରୁ ସାଧାରଣ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ ଇଟିଭି ଭାରତ

ABOUT THE AUTHOR

...view details