ଓଡିଶା

odisha

ETV Bharat / state

କୋରୋନା ସଚେତନତା: ଘଣ୍ଟ ବଜାଇ ସତର୍କ କରାଉଛନ୍ତି ଯୁବକ-ଯୁବତୀ - men and women are ringing alarm bells

କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି କୋରୋନାକୁ ନେଇ ସଚେତନତା । ମାତ୍ର ଅନୁଗୋଳ ଜିଲ୍ଲା ସୁସୁଡା ଗାଁରେ କିଛି ଯୁବକ ଯୁବତୀ ଅଭିନବ ଉପାୟରେ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ....

corona-warning-young-men-and-women-are-ringing-alarm-bells
କୋରୋନା ସଚେତନତା: ଘଣ୍ଟ ବଜାଇ ସତର୍କ କରାଉଛନ୍ତି ଯୁବକ-ଯୁବତୀ

By

Published : Mar 27, 2020, 8:11 PM IST

ଅନୁଗୋଳ: କୋରୋନା ପାଇଁ ଗାଁ ଠାରୁ ସହର ସବୁଆଡେ ଲକଡାଉନ । ସତର୍କ ଓ ସଚେତନତା ରାସ୍ତା ଆପଣାଉଛନ୍ତି ଲୋକେ । କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି କୋରୋନାକୁ ନେଇ ସଚେତନତା । ମାତ୍ର ଅନୁଗୋଳ ଜିଲ୍ଲା ସୁସୁଡା ଗାଁରେ କିଛି ଯୁବକ ଯୁବତୀ ଅଭିନବ ଉପାୟରେ ଗ୍ରାମବାସୀଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

କୋରୋନା ସଚେତନତା: ଘଣ୍ଟ ବଜାଇ ସତର୍କ କରାଉଛନ୍ତି ଯୁବକ-ଯୁବତୀ

ଘଣ୍ଟ ବାଡେଇ ସାହି, ଗଳି ଓ ଘର ଘର ବୁଲି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଏବେ ମଧ୍ୟ ସେମାନଙ୍କ ଅଞ୍ଚଳରେ ଅନେକ ଲୋକ କୋରୋନାର ଭୟବହତା ସର୍ମ୍ପକରେ ଜାଣିଥିବା ସେମାନେ ସୂଚନା ଦେଇଛନ୍ତି । ତେଣୁ ଏହା ବୁଝାଇବା ସହ କିଭଳି ସତର୍କ ରହିବାକୁ ହେବ, ବିନା କାରଣରେ ଘରୁ ନ ବାହାରିବା, ଦଳ ଦଳ ହୋଇ ଗୋଟିଏ ଜାଗାରେ ନ ରହିବା ଭଳି ଅନେକ ସଚେତନତା ବାର୍ତ୍ତା ଦେଉଛନ୍ତି ଏହି ଯୁବକ ଯୁବତୀମାନେ । ସେମାନଙ୍କ ମତ କେବଳ ସେମାନଙ୍କ ଗାଁ ନୁହେଁ ଜିଲ୍ଲାର ସବୁ ଗାଁ, କ୍ଲବ ଏବଂ ଅନୁଷ୍ଠାନ ମାନେ ଏଭଳି ପଦକ୍ଷେପ ନେଲେ ନିଶ୍ଚିତ ଭାବେ ଆମେ କରୋନା ମୁକାବିଲା କରିପାରିବା ।

ବର୍ତମାନ ସମୟରେ କୋରୋନା ସଂକ୍ରମନକୁ ରୋକିବାକୁ ହେଲେ ବ୍ୟାପକ ସଚେତନତା ଓ ସାମାଜିକ ଦୂରତା ରକ୍ଷା କରିବା ଏକାନ୍ତ ଜରୁରୀ ହୋଇପଡିଛି । ନଚେତ ପରିସ୍ଥିତି ଅଣାୟତ ହୋଇ ପଡିବାର ଆଶଙ୍କା ରହିଛି । ଏହାକୁ ଲକ୍ଷ୍ୟ କରି ଗାଁର ଭାରତୀ କ୍ଲବର ସଦସ୍ୟମାନେ ନିଜ ଗାଁର ଲୋକଙ୍କୁ ସଚେତନ କରାଇବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ବେଶ ପ୍ରଶଂସନୀୟ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details