ଅନୁଗୋଳ: ମହଙ୍ଗା ପଡ଼ିଲା ସୋସିଆଲ ମିଡିଆରେ କୋରୋନା ଗୁଜବ । ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୋଳ ଜିଲ୍ଲା ତାଲଚେରର ଜଣେ ଯୁବକ । ତାଳଚେର ବଡ ସିଙ୍ଗଡା ଗ୍ରାମର ଜୟ କ୍ରିଷ୍ଣ ସାହୁ ନାମକ ଜଣେ ଯୁବକ ଫେସବୁକରେ କୋରୋନାକୁ ନେଇ ଗୁଜବ ପ୍ରଚାର କରିଥିଲେ । ଅନୁଗୋଳ ଜିଲ୍ଲାର ନୂଆଁହତା ଗାଁର ଜଣେ ଯୁବକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜୟ କ୍ରିଷ୍ଣ ନିଜ ଫେସବୁକ ଆକାଉଣ୍ଟରେ ଲେଖିଥିଲେ ।
ସୋସିଆଲ ମିଡିଆରେ ମହଙ୍ଗା ପଡିଲା କୋରୋନା ଗୁଜବ, ଜଣେ ଗିରଫ - ସୋସିଆଲ ମିଡିଆରେ କୋରନା ଗୁଜବ
କୋରୋନାକୁ ନେଇ ଫେସବୁକ ଆକାଉଣ୍ଟରେ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୋଳ ଜିଲ୍ଲା ତାଲଚେରର ଜଣେ ଯୁବକ । ଅଧିକ ପଢନ୍ତୁ...
ସୋସିଆଲ ମିଡିଆରେ ମହଙ୍ଗା ପଡଲା କୋରନା ଗୁଜବ, ଜଣେ ଗିରଫ
ଘଟଣାକୁ ନେଇ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ । ହେଲେ ଜୟ କ୍ରିଷ୍ଣ ସାହୁ ଏ ନେଇ କୌଣସି ସଠିକ ତଥ୍ୟ ଦେଇ ପାରି ନଥିବା ବେଳେ ପୋଲିସ ତଦନ୍ତ କରି ଘଟଣାର କୌଣସି ସତ୍ୟତା ନଥିବା ଜାଣିବାକୁ ପାଇଥିଲା । ଏହା ପରେ କୋରୋନାକୁ ନେଇ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯୋଗରେ ପୋଲିସ ଜୟ କ୍ରିଷ୍ଣା ସାହୁକୁ ତାଙ୍କ ଘରୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ
Last Updated : Mar 18, 2020, 12:26 PM IST