ଅନୁଗୋଳ: ଶିଳ୍ପ ସଂସ୍ଥା ପାଇଁ ପଞ୍ଚାୟତ ସଟଡାଉନ । ଅନୁଗୋଳ ଜିଲ୍ଲାରେ ତିନି ସରପଞ୍ଚ ନିଜ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ନିଜ ଅଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି । ଆସନ୍ତା ସାତ ଦିନ ପାଇଁ ବନ୍ଦ ରହିବ ନାଲକୋ ପାଖକୁ ଲାଗିଥିବା ଏହି ତିନୋଟି ପଞ୍ଚାୟତ।
ନାଲକୋରେ କୋରୋନା ସଂକ୍ରମଣ, ତିନି ପଞ୍ଚାୟତକୁ ସଟଡାଉନ କଲେ ସ୍ଥାନୀୟ ସରପଞ୍ଚ ନାଲକୋରେ କୋରୋନା ସଂକ୍ରମଣ, ତିନି ପଞ୍ଚାୟତକୁ ସଟଡାଉନ କଲେ ସ୍ଥାନୀୟ ସରପଞ୍ଚ ଅନୁଗୋଳ ଜିଲ୍ଲାର ନାଲକୋରେ କୋରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନଜରରେ ରଖି ଏହି କମ୍ପାନୀର ପାର୍ଶ୍ଵବର୍ତ୍ତୀ ତିନି ପଞ୍ଚାୟତ ନିଜ ନିଜ ଅଞ୍ଚଳକୁ ସଟଡାଉନ କରିଛନ୍ତି। ନାଲକୋ ପାର୍ଶ୍ଵବର୍ତ୍ତୀ କୁଲାଡ଼, କାଣ୍ଡସର ଓ ଗିରାଙ୍ଗ ପଞ୍ଚାୟତକୁ ଆସନ୍ତା 7 ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି ଏଠାକାର ସରପଞ୍ଚମାନେ। ନିଜ ନିଜ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଗୁରୁବାର ଠାରୁ ଏହି ଘୋଷଣାନାମା ଜାରି କରିଛନ୍ତି । ଫଳରେ ସମଗ୍ର ଅଞ୍ଚଳର ଦୋକାନ ବଜାର ସବୁ ବନ୍ଦ ରହିଛି। କେବଳ ଔଷଧ ଦୋକାନକୁ ଛାଡିଦେଲେ ସବୁ କାରବାର ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ନାଲକୋରେ କୋରୋନା ସଂକ୍ରମଣ, ତିନି ପଞ୍ଚାୟତକୁ ସଟଡାଉନ କଲେ ସ୍ଥାନୀୟ ସରପଞ୍ଚ ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ଅଞ୍ଚଳ ଲୋକେ ଓ ବ୍ୟବସାୟୀ ସମର୍ଥନ କରିଛନ୍ତି । ଫଳରେ କାଣ୍ଡସର ବଜାର , ନାଲକୋ ଟାଉନ୍ସିପି, ଗିରାଙ୍ଗ ବଜାର, ଓଏଫସିଆଇ ବଜାର ବନ୍ଦ ରହିଛି । କାରଣ ସଂକ୍ରମଣର ହାର କମାଇବା ପାଇଁ ଏହିଭଳି ପଦକ୍ଷେପ ନେବାରେ ଆବଶ୍ୟକତା ଥିବା ଲୋକେ କହିଛନ୍ତି । ଯେଉଁ ସବୁ ବଜାର ଓ ଦୋକାନ ବନ୍ଦ ରହିଛି ସେଠାରେ ନାଲକୋ କର୍ମଚାରୀ ଓ ଶ୍ରମିକଙ୍କ ଯିବା ଆସିବା ଅଧିକ ରହିବା ସହ ଭିଡ଼ ମଧ୍ୟ ରହିଥାଏ । ଯେଉଁ ଭିଡ଼ ଯୋଗୁ ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ରହିଛି । କୋରୋନା ସଂକ୍ରମଣକୁ ରୋକିବା ପାଇଁ ଏହି ସରପଞ୍ଚମାନେ ନେଇଥିବା ପଦକ୍ଷେପକୁ ସମସ୍ତେ ସ୍ବାଗତ କରିଛନ୍ତି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ